ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଜଣକ ପରେ ଜଣେ କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ ହେଉଛନ୍ତି। ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ। ତାଙ୍କ ସ୍ୱାର୍ବ ରିପୋର୍ଟ ପଜିଟିଭ୍‌ ଆସିଥିବା  ନେଇ ସେ ନିଜେ ସୂଚନା ଦେଇଛନ୍ତି।

ପୂର୍ବରୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ଅନ୍ୟ ସମସ୍ତ ଷ୍ଟାଫ୍‌ଙ୍କର ସ୍ୱାବ ନିଆଯାଇଥିଲା। ଆଜି ରିପୋର୍ଟ ଆସିବା ପରେ ଏସପି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ତେବେ ଏସପି ଅଜୟ ପ୍ରତାପଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି।

Comment