ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରବଳ ବର୍ଷା ଯୋଗୁଁ କେରଳର ଇଡୁକି ଜିଲ୍ଲାର ରାଜମଲା ଅଞ୍ଚଳରେ ଭୁସ୍ଖଳନ ହୋଇଛି। ଏହି ଘଟଣାରେ ବର୍ତ୍ତମାନ ଯାଏଁ ୧୩ ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି। ସେହିପରି ୫୭ ଜଣ ଲୋକ ଏବେ ମଧ୍ୟ ନିଖୋଜ ଥିଲା ବେଳେ କେତେକ ଆହତ ହୋଇଛନ୍ତି।

ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍‌ ଟିମ୍‌କୁ ମୁତୟନ କରାଯାଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏଥିସହିତ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଭୂସ୍ଖଳନ ପରେ ଅଗଷ୍ଟ ୧୧ ପର୍ଯ୍ୟନ୍ତ କେରଳର ତିନୋଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି।

Comment