ଓଡ଼ିଶାଲାଇଭ୍‌ ବ୍ୟୁରୋCoronavirus blood test

ଆଜି କଟକ ସହରରୁ ଆଉ ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୬ ଜଣରୁ ୪୬ ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିଲା ବେଳେ ୭ ଜଣ ହୋମ କ୍ୱାରେଣ୍ଟାଇନ ସେଣ୍ଟରରୁ ଓ ୭ ଜଣ ସରକାରୀ କ୍ୱରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିପରି ୧୬ଟି ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି।

କଟକ ସହରରେ କରୋନାର ହଟସ୍ପଟ୍ ପାଲଟିଥିବା ମାଲଗୋଦାମର ବେହେରା ସାହିରୁ ଆଜି ୪୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ୫୪୬ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୭୬୩ ଜଣ ସୁସ୍ଥ ହୋଇଥିଲା ବେଳେ ୧୦ ଜଣଙ୍କ ମୃତ୍ୟୁ ଘଟିଛି।

Comment