ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଗଞ୍ଜାମ ଜିଲ୍ଲାରେ କରୋନା ସୁସ୍ଥ ହାର ୭୮ ପ୍ରତିଶ୍ରତକୁ ବୃଦ୍ଧି ଘଟିଛି। ତିନି ଦିନ ତଳେ ଗଞ୍ଜାମରେ ଆକ୍ଟିଭ୍‌ କେସ୍‌ ଥିଲା ୩ ହଜାର ୭ ଶହରୁ ଅଧିକ କେସ୍‌ ଥିଲା। ଆଜି ଜିଲ୍ଲାରେ ଆକ୍ଟିଭ୍‌ କେସ୍ ସଂଖ୍ୟା ୨ ହଜାର ପାଖାପାଖି ରହିଛି’’, ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ କୁଲାଙ୍ଗେ।

ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି ସେମାନଙ୍କଠାରେ କରୋନା ଲକ୍ଷଣ ଦେଖାଯାଉନି। ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଅନେକ କୋଭିଡ ଯୋଦ୍ଧା ଅଛନ୍ତି। ଯେଉଁମାନେ ଏବେ କାମ କରୁଛନ୍ତି। ଲୋକଙ୍କୁ ସଚେନତନ କରୁଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ।

‘‘ଗଞ୍ଜାମରେ ଏବେ ଦ୍ୱିତୀୟ ପର୍ଯ୍ୟାୟ  ସର୍ଭେ କାମ ଚାଲିଛି, ମଙ୍ଗଳବାର ସୁଦ୍ଧା ସରିଯିବ। ଗଞ୍ଜାମ ଜିଲ୍ଲାରେ କରୋନା ଏବେ କମୁଥିବା ଦେଖାଯାଉଛି ଓ ସୁସ୍ଥ ହାର ବଢ଼ୁଛି, କହିଛନ୍ତି ଜିଲ୍ଲାପାଳ।

ଓଡ଼ିଶାରେ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ। ପ୍ରତିଦିନ ଏହି ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନାରେ ସବୁଠୁ ଅଧିକ ଗଞ୍ଜାମ ଲୋକଙ୍କର ଜୀବନ ଯାଇଛି। ଏବେ ସୁଦ୍ଧା ଗଞ୍ଜାମରେ କରୋନା ଜନିତ ମ୍ୟତ୍ୟୁସଂଖ୍ୟା ୧୨୫ରେ ପହଞ୍ଚିଛି। ତେବେ ପୂର୍ବ ଅପେକ୍ଷା ଏଇ କିଛି ଦିନ ହେବ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି।

Comment