ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣରେ ଆଜି ସର୍ବାଧିକ ୧୩ ଜଣଙ୍କ ଜୀବନ ଯାଇଛି। ଆଜି ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣ ଅଛନ୍ତି।
ଖୋର୍ଦ୍ଧା ଓ କୋରାପୁଟରୁ ୨ ଜଣ ଲେଖାଏଁ, ବାଲେଶ୍ୱର, ବରଗଡ଼ ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମର ମୃତକ ୬୫, ୪୦, ୬୬, ୩୭,୫୦ ବର୍ଷୀୟ ପୁରୁଷ ଓ ଜଣେ ୬୦ ବର୍ଷୀୟ ମହିଳା ଅଛନ୍ତି।
ଖୋଦ୍ଧାର ୨ ମୃତକଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ୫୨ ବର୍ଷୀୟ ପୁରୁଷ ଓ ଖୋର୍ଦ୍ଧାର ଅନ୍ୟ ଜଣେ ମୃତକ ହେଲେ ୬୦ ବର୍ଷୀୟ ପୁରୁଷ।
କୋରାପୁଟ ଜିଲ୍ଲାର ୨ ମୃତକ ୪୭ ଓ ୬୫ ବର୍ଷୀୟ ପୁରୁଷ ହୋଇଥିଳା ବେଳେ ବରଗଡ଼ର ୩୯, ନୟାଗଡ଼ର ୬୦ ଓ ବାଲେଶ୍ୱରର ମୃତକ ୮୧ ବର୍ଷୀୟ ପୁରୁଷ।
ଆଜିର ମୃତକଙ୍କୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୩୧କୁ ବୃଦ୍ଧି ଘଟିଛି। ସେହିପରି ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୭୨କୁ ବୃଦ୍ଧି ଘଟିଛି।














