ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଘୁଚାପ ପ୍ରଭାବ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆହୁରି ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏନେଇ ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଏବଂ ୧୬ଟି ଜିଲ୍ଲା ପାଇଁ ଓ୍ଵେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି, ପୁରୀ, ସମ୍ଵଲପୁର, ଦେବଗଡ଼, ଅନୁଗୁଳ, ଜଗତସିଂହପୁର। ଏହି ପାଞ୍ଚଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।BGU

ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସହ କଚ୍ଚା ଘର ଏବଂ କଚ୍ଚା ରାସ୍ତା ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଅପରପକ୍ଷେ କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ବୌଦ୍ଧ, ସୋନପୁର, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ମାଲକାନାଗିରି ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲାଗୁଡ଼ିକରେ ୧୬ ଏବଂ ୧୭ ତାରିଖରେ ପ୍ରବଳ ବର୍ଷା ହୋଇପାରେ।

ଗତ କିଛି ଘଣ୍ଟାରେ ଆଠଗଡ଼ରେ ୧୮୨ ମିଲିମିଟର, ବାଙ୍କୀରେ ୧୮୫ ମିଲିମିଟର, ଢେଙ୍କାନାଳରର ଗଅଁଦିଆରେ ୧୪୪ ମିଲିମିଟର, ମାଲକାନାଗିରିରେ ୧୩୦ ମିଲିମିଟର ବର୍ଷା ହୋଇଛି। ତେବେ ୧୮ ତାରିଖରୁ ପାଗରେ ପରିବର୍ତ୍ତନ ଆସିପାରେ।

Comment