ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରେ ଆକ୍ରାନ୍ତଙ୍କ ମଧ୍ୟରେ ଯୁବବର୍ଗ ଅଧିକ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨୧ରୁ ୪୦ ବର୍ଷୀୟ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। କଟକ ସହରରେ କରୋନା ସ୍ଥିତିନେଇ ସିଏମସି କମିସନର ଅନନ୍ୟା ଦାସ ଆଜି ଏଭଳି ସୂଚନା ଦେଇଛନ୍ତି।
କାମ ପାଇଁ ଯୁବପିଢ଼ି ଘରୁ ବାହାରୁ ଥିବାରୁ ସେମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି। ଯୁବକମାନେ ଆକ୍ରାନ୍ତ ହେଉଥିବାରୁ ଘରେ ଥିବା ବୟସ୍କ ପାଇଁ ଏହା ବିପଦ। ସେଥିପାଇଁ ସତର୍କତା ଜରୁରୀ ବୋଲି ସିଏମସି କମିସନର କହିଛନ୍ତି।
‘‘ସାହି ଓ ବସ୍ତିରେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି। ଜ୍ୱର, ଥଣ୍ଡା, କାଶ କିମ୍ବା ଅନ୍ୟ ରୋଗ ଥିଲେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି’’, କହିଛନ୍ତି ସିଏମସି କମିସନର।














