ଓଡିଶାଲାଇଭ୍ ବ୍ୟୁରୋcorona death

ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ କରୋନାଜନିତ ମୃତ୍ୟୁସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଗଞ୍ଜାମ ଓ ଭୁବନେଶ୍ଵରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଗଞ୍ଜାମରୁ ମୃତକଦ୍ଵୟ ୫୫ ଓ ୬୭ ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି। ଏଥିସହ ଗଞ୍ଜାମରେ କରୋନା ମୃତ୍ୟୁସଂଖ୍ୟା ୧୫୪ରେ ପହଞ୍ଚିଛି।

ସେହିପରି ଭୁବନେଶ୍ଵରରେ ଜଣେ ୩୨ ବର୍ଷୀୟ ମହିଳା ଓ ୫୫ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି। ଏଥିସହ କଟକର ଜଣେ ୬୦ ବର୍ଷୀୟ ପୁରୁଷ, ଯାଜପୁରର ଜଣେ ୬୦ ବର୍ଷୀୟ ପୁରୁଷ, ବଲାଙ୍ଗିରର ଜଣେ ୬୨ ବର୍ଷୀୟ ପୁରୁଷ, ଭଦ୍ରକର ଜଣେ ୭୫ ବର୍ଷୀୟ ପୁରୁଷ, ସୁବର୍ଣ୍ଣପୁରର ଜଣେ ୪୫ ବର୍ଷୀୟ ପୁରୁଷ ଓ କନ୍ଧମାଳର ଜଣେ ୫୯ ବର୍ଷୀୟ ପୁରୁଷ କରୋନାରେ ପ୍ରାଣ ହରାଇଛନ୍ତି।BGUଏଥିସହ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି।

Comment