ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona death

  • କରୋନାରେ ଆଜି ଆଉ ୧୦ ମୃତ
  • ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ପ୍ରାଣ ହରାଇଲେ
  • ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୩୫୩କୁ ବୃଦ୍ଧି

ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୦ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୫୩କୁ ବୃଦ୍ଧି ପାଇଛି।

ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ରହିଛନ୍ତି। ସେହିପରି ବରଗଡ଼,କଟକ, ଗଞ୍ଜାମ,ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ଏଯାବତ ରାଜ୍ୟରେ ୩୫୩ ଜଣ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରୁ ୧୫୫ ଜଣ ରହିଥିବାବେଳେ ଖୋର୍ଦ୍ଧାରୁ ୪୮, ସୁନ୍ଦରଗଡ଼ରୁ ୨୨, କଟକରୁ ୧୮,ଗଜପତିରୁ ୧୬, ରାୟଗଡ଼ାରୁ ୧୫ ଜଣ ପ୍ରାଣ ହରାଇଛନ୍ତି।

Comment