ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବନ୍ଧୁ ବୋଲି ପରିଚୟ ଦେଇ ଦୁର୍ବୁତ୍ତମାନେ ଲୁଟିନେଲେ ୮ ଲକ୍ଷ ଟଙ୍କା ଓ ସୁନାଗହଣା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନରେ ଥିବା ଅରଡ଼ପଲ୍ଲୀ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ରବିବାର ଗାଁର ଅମୂଲ୍ୟ ଜେନାଙ୍କ ପତ୍ନୀ ଘରେ ଏକାକି ଥିବାବେଳେ ଏଭଳି ଘଟଣା ଘଟିଛି। ଦୁଇଜଣ ଅପରିଚିତ ବ୍ୟକ୍ତି ଏକ ପଲିଥିନ୍ ବ୍ୟାଗରେ ମିଠା ନେଇ ଆସି ଅମୂଲ୍ୟଙ୍କୁ ଖୋଜିଥିଲେ। ହେଲେ ସେମାନେ କେହି ଘରେ ନାହାନ୍ତି ବୋଲି ଅମୂଲ୍ୟଙ୍କ ପତ୍ନୀ ମିନତି ସେମାନଙ୍କୁ କହିଥିଲେ। ଏହାପରେ ସେମାନେ ନିଜକୁ ଦୂର ସମ୍ପର୍କୀୟ ବନ୍ଧୁ ବୋଲି ପରିଚୟ ଦେଇ ଘର ଭିତରକୁ ଯାଇଥିଲେ।BGU

ଏହାପରେ ହଠାତ୍ ଦୁଇଜଣ ଯାକ ଦୁର୍ବୁତ୍ତ ଭୁଜାଲିରେ ମୀନତିଙ୍କୁ ଆକ୍ରମଣ କରିବା ସହିତ ଘରେ ଥିବା ୮ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍ କରି ଫେରାର୍ ହୋଇଯାଇଥିଲେ। ଏହାପରେ ସ୍ଥାନୀୟ ଲୋକମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୀନତିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ଏହି ଘଟଣାର ଖବର ପାଇଁ ଘଟଣାସ୍ଥାନରେ ପଟ୍ଟାମୁଣ୍ଡାଇ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comment