ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରୁ ଚିହ୍ନଟ ହେଲେ ଆଉ ୭୯ ନୂଆ କରୋନା ସଂକ୍ରମିତ। ଏଥିସହ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ ଶହ ଟପିଛି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
#COVID19 update in Cuttack city (CMC area)
Out of the 117 new COVID-19 +ve cases reported today in #Cuttack district, 79 +ve cases belong to Cuttack city (CMC area).
Another 109 recoveries (17th August data) have been reported recently! KUDOS to all doctors & healthcare staff. pic.twitter.com/UsOIvOVhvk
— CMC,Cuttack (@CMCCuttack) August 18, 2020
ଚିହ୍ନଟ ହୋଇଥିବା ୭୯ ପଜିଟିଭ୍ ମଧ୍ୟରୁ ୩୧ ଜଣ କଣ୍ଟେନମେଣ୍ଟ ଜୋନ୍, ୧୩ ଜଣ ହୋମ୍ କ୍ୱାରେଣ୍ଟାଇନ୍, ୨୨ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୨୩ ଜଣ ଆକ୍ରାନ୍ତ ଲୋକାଲ କେସ୍ ବୋଲି ଜଣାପଡ଼ିଛି।
ନୂଆ ନିମ୍ବାସାହି, ଚାଉଳିଆଗଞ୍ଜର କଣ୍ଟେନମେଣ୍ଟ ଜୋନରୁ ୩୧ଟି ପଜିଟିଭ୍ କେସ୍ ସାମନାକୁ ଆସିଛି। ସେହିପରି ସହରର ଅନ୍ୟ ଅଞ୍ଚଳରୁ ମଧ୍ୟ ଅନେକ ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି।
ଏଯାବତ କଟକ ସହରରୁ ମୋଟ ୨୫୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୧୫୮୨ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୯୨୧ ଜଣ ସକ୍ରିୟ ଅଛନ୍ତି।














