ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ଆଖି ବୁଜିଲେ ଆଉ ୯ ଜଣ କରୋନା ରୋଗୀ। ଏଥିସହ ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।
Regret to inform the demise of Nine #COVID19 positive patients while under treatment in hospitals.
1. A 62-year old male of Balasore district who was also suffering from Carcinoma Prostate with bone metastasis.
— H & FW Dept Odisha (@HFWOdisha) August 18, 2020
ଏହି ୯ ଜଣ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣ ରହିଛନ୍ତି। ସେହିପରି ରାୟଗଡ଼ାରୁ ୨ ଜଣ, ସମ୍ବଲପୁରର ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହ ମାଲକାନଗିରି, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାର ମଧ୍ୟ ଜଣେ ଲେଖାଏଁ କରୋନା ରୋଗୀ ପ୍ରାଣ ହରାଇଛନ୍ତି ବୋଲି ସୂଚନା ମିଳିଛି।
ଏହାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧାରେ ଏହି ସଂଖ୍ୟା ୪୯, କଟକରେ ୧୮, ଗଜପତି ୧୬, ରାୟଗଡ଼ାରୁ ୧୭ ଏବଂ ସୁନ୍ଦରଗଡ଼ରେ ୨୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।














