ଓଡ଼ିଶାଲାଇଭ୍ ବ୍ୟୁରୋ

ନମୁନା ପରୀକ୍ଷାରେ ଆଗକୁ ବଢୁଛି ଓଡ଼ିଶା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୩ ହଜାର ୧୫ଟି ନମୁନା ପରୀକ୍ଷା ହୋଇଛି। ଯାହାକି ଆଜି ପର୍ଯ୍ୟନ୍ତ ହୋଇଥିବା ଦୈନିକ ପରୀକ୍ଷଣରେ ସର୍ବାଧିକ। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭,୮୩୪ଟି ଆଣ୍ଟିଜେନ୍ ଟେଷ୍ଟ ହୋଇଛି। ସେହିପରି ୫,୦୬୮ଟି ଆରଟିପିସିଆର୍ ଏବଂ ୧୧୩ଟି ଟ୍ରୁନାଟ୍ ଟେଷ୍ଟ ହୋଇଛି ବୋଲି ସୂଚନା ମିଳିଛି।BGUଗତ ୪ ଦିନ ଧରି ଲଗାତାର ଭାବରେ ରାଜ୍ୟରେ ନମୁନା ପରୀକ୍ଷା ୫୦ ହଜାର ଟପିଛି। ଗତ ସପ୍ତାହକ ମଧ୍ୟରେ ଏହି ସଂଖ୍ୟା ୧୬ ହଜାରରୁ ବୃଦ୍ଧି ପାଇ ୫୦ ହଜାରରେ ପହଞ୍ଚିଛି ,ଯାହାକି ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର।

ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଉଛି। ଲଗାତାର ଭାବରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସଂକ୍ରମଣ ହାର କମୁଛି ବୋଲି ସୂଚନା ମିଳିଛି।

Comment