ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ଚୀନ ଭିତରେ ସମାଧାନ ହେଉନି ସୀମା ବିବାଦ। ବୈଠକ ପରେ ବୈଠକ ହେଉଥିଲେ ମଧ୍ୟ ସମଧାନର ବାଟ ବାହାରି ପାରୁନି। ଏହି ବିବାଦ କମ୍‌ କରିବାକୁ ଆଜି ଆଉ ଥରେ ବୈଠକ କରିବେ ୨ ଦେଶ। ଏଲ୍‌ଏସିରୁ ସୈନ୍ୟ ପ୍ରତ୍ୟାହାର ନେଇ ଏହି ବୈଠକ ଅନୁଷ୍ଠିତ ହେବ।

ଆଗରୁ ଅନେକ ଥର ବୈଠକ ହୋଇଥିଲେ ମଧ୍ୟ ସୈନ୍ୟ ପ୍ରତ୍ୟାହାର ନେଇ ସହମତି ହୋଇପାରିନାହିଁ। ପାନଗଙ୍ଗ ହ୍ରଦ ଓ ଡେପସାଙ୍ଗରୁ ଚୀନ ହଟିବାକୁ ରାଜି ହେଉନଥିବାରୁ  ସମସ୍ୟାର କୌଣସି ସମାଧନ ହେଉନାହିଁ।BGU

ଜୁଲାଇ ୨୬ ତାରିଖ ପରଠାରୁ ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଓ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ହେଉଥିଲେ ମଧ୍ୟ ଏନେଇ କିଛି ବିଶେଷ ସୁଫଳ ମିଳିନାହିଁ। ଚୀନ ନିଜ ଜିଦରେ ଅଡ଼ି ରହିଥିବାରୁ  ଏହି ସମସ୍ୟା ଦେଖାଯାଇଛି। ଭାରତ ମଧ୍ୟ ଇଞ୍ଚାଏ ଛାଡ଼ିବ ନାହିଁ ପୂର୍ବରୁ ସ୍ପଷ୍ଟ କରିଛି। ତେବେ ଆଜିର ବୈଠକରେ ସେନା ପ୍ରତ୍ୟାହାର ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Comment