ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଡାକ୍ତର। ନୟାଗଡ଼ ଜିଲ୍ଲା ହସ୍ପିଟାଲରେ  କାର୍ଯ୍ୟରତ ଥିବା ସମୟରେ ଡାକ୍ତର ମୀନକେତନ ବଳିୟାରସିଂ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ପ୍ରାୟ ୫୮ ବର୍ଷ ହୋଇଥିଲା। ସେ ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ ବୋଲି ସୂଚନା ମିଳିଛି।

ଡାକ୍ତର ମୀନକେତନ ଅଗଷ୍ଟ ମାସ ୧୨ ତାରିଖରେ ଜ୍ୱରରେ ପୀଡ଼ିତ ହୋଇଥିଲେ। ପରେ ତାଙ୍କର ଓ ତାଙ୍କ ପତ୍ନୀଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିଥିଲା। ସେହିଦିନ ସନ୍ଧ୍ୟାରେ ଦୁଇ ଜଣଙ୍କୁ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା। ହେଲେ ଗତକାଲି  ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।BGUଏହି ଖବର ମିଳିବା ପରେ ଜିଲ୍ଲାପାଳ, ଡାକ୍ତର ପୋମା ଟୁଡ଼ୁଙ୍କ ସହ ସିଡିଏମ୍‌ଓ ଡାକ୍ତର ବିଶ୍ୱାଳ ଭୁବନେଶ୍ୱରରେ ପହଞ୍ଚିଥିଲେ। ଅପରାହ୍ନ ପ୍ରାୟ ୩ଟା ସମୟରେ ପରିବାର ଲୋକ, ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତରେ ସତ୍ୟନଗର ଶ୍ମଶାନରେ ମୃତ ଡାକ୍ତରଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣରେ କୌଣସି ଡାକ୍ତରଙ୍କ ମୃତ୍ୟୁ ଖବର ନୟାଗଡ଼ ଜିଲ୍ଲା ପାଇଁ ପ୍ରଥମ ଘଟଣା । ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ୧,୮୮୩  ରହିଛି। ଏଥିସହ ଡାକ୍ତର ବଳିୟାର ସିଂଙ୍କ ମୃତ୍ୟୁକୁ ମିଶାଇ ମୋଟ ୧୩ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି।

Comment