ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ କୁନା ପାତ୍ର): ନବରଙ୍ଗପୁର ଜିଲ୍ଲା ବନ୍ଧଗୁଡ଼ା ଗ୍ରାମ ନିକଟରେ ଥିବା ଏକ ମକାବାଡ଼ିରୁ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି। ଶୁକ୍ରବାର ସକାଳେ ଗ୍ରାମର କିଛି ବ୍ୟକ୍ତି ଶୌଚ ପାଇଁ ଯାଇଥିବା ବେଳେ ବାଡ଼ିରେ ଭାଲୁର ମୃତଦେହ ପଡ଼ି ରହିଥିବା ଦେଖିଥିଲେ। ଏନେଇ ଗ୍ରାମବାସୀ ବନବିଭାଗକୁ ଜଣାଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ମୈଦଲପୁର ବନବିଭାଗ କର୍ମଚାରୀ ଉମାକାନ୍ତ ପଟ୍ଟନାୟକ ପହଞ୍ଚି ଗ୍ରାମବାସୀଙ୍କ ସାହାଯ୍ୟରେ ମୃତ ଭାଲୁର ଶବକୁ ଉଦ୍ଧାର କରିଥିଲେ। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ।BGU

ଭାଲୁର ଆନୁମାନିକ ବୟସ ୮ବର୍ଷ ଭିତରେ ହେବ ବୋଲି ବନବିଭାଗ କର୍ମଚାରୀ କହିଛନ୍ତି। ବର୍ତ୍ତମାନ ଭାଲୁ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଖାଦ୍ୟ ଅଭାବରୁ  ଭାଲୁର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

ନବରଙ୍ଗପୁରରେ ବ୍ୟାପକ ମାତ୍ରାରେ ଲୋକେ ଜଙ୍ଗଲ ସଫା କରି ମକା ଚାଷ କରୁଛନ୍ତି। ଏହି କାରଣରୁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି । ଗତ କିଛି ସପ୍ତାହ ଧରି ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ଗାଁରେ ଭାଲୁ ଅବାଧରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି।

Comment