ଓଡ଼ିଶାଲାଇଭ୍ ବ୍ୟୁରୋ

CORONA POSITIVEଲଗାତାର ଚତୁର୍ଥ ଦିନ ଧରି ଓଡ଼ିଶାରେ ଦୈନିକ ୫୦ ହଜାର କରୋନା ପରୀକ୍ଷା କରାଯାଇଛି। ବୁଧବାରକୁ ମିଶାଇଲେ ଏହା ପଞ୍ଚମ ଦିନ। ତେବେ ଏହି ଟେଷ୍ଟ ଭିତରୁ ପ୍ରାୟ ୯୦ ପ୍ରତିଶତ ହେଉଛି ରାପିଡ ଆଣ୍ଟିଜେନ ଟେଷ୍ଟ, ୯.୫ ପ୍ରତିଶତ ଆରଟି- ପିସିଆର ଟେଷ୍ଟ  ଓ ୦.୫ ପ୍ରତିଶତ ହେଉଛି  ଅନ୍ୟ ରକମର  ପରୀକ୍ଷା। ଏଥିପାଇଁ ରାଜ୍ୟ ସରକାର ବାହାଦୁରୀ ବି ନେଉଛନ୍ତି ଯେ ଏତେ ସଂଖ୍ୟକ ଟେଷ୍ଟ କରାଇବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ।corona caseତେବେ ଏହି ଟେଷ୍ଟର ସଠିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡାଟାରୁ ଜଣାପଡ଼େ ଯେ ରାପିଡ ଆଣ୍ଟିଜେନ ଟେଷ୍ଟ ଉପରେ ଓଡ଼ିଶା ଅଧିକ ନିର୍ଭରଶୀଳ। କିନ୍ତୁ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ପ୍ରକୃତ ଫଳ ଅର୍ଥାତ ରୋଗୀ ପଜିଟିଭ କି ନା ତାହା ଆରଟି – ପିସିଆର ଟେଷ୍ଟରୁ ହିଁ ଜାଣିବା ସମ୍ଭବ ହୁଏ। ଏଥିପାଇଁ ଏହି ଟେଷ୍ଟକୁ ଗୋଲଡେନ ଷ୍ଟାଣ୍ଡ।ର୍ଡ଼ କୁହାଯାଉଛି। ଅପରପକ୍ଷରେ ରାପିଡ଼ ଟେଷ୍ଟ ଏତେ ଭରସା ଯୋଗ୍ୟ ନୁହେଁ। ଏଣୁ ଆଶଙ୍କା ପ୍ରକାଶ ପାଇଛି ପ୍ରକୃତରେ ସରକାରଙ୍କ ଆକ୍ରାନ୍ତଙ୍କ ହିସାବ ଠିକ କି? ଯଦି ଡାଟା ଭୁଲ ହୁଏ ସରକାରଙ୍କ କରୋନା ଯୁଦ୍ଧ ବି ଫେଲ ମାରି ଯାଇପାରେ ଏହି ଭଳି ଆଶଙ୍କା ପ୍ରକଟ କରିଛନ୍ତି ବିଶେଷଜ୍ଞ।

ରାପିଡ ଆଣ୍ଟିଜେନ ଟେଷ୍ଟର ସୁବିଧା ହେଉଛି ଏହା ଖୁବ କମ ସମୟ ନିଏ ଓ ଶସ୍ତା ମଧ୍ୟ। କିନ୍ତୁ ଏହାର ଆକ୍ୟୁରେସି ବା ନିର୍ଭୁଲ ପରିମାଣ ୫୦ରୁ ୮୦  ପ୍ରତିଶତ। ଏହି ଟେଷ୍ଟ ଅନେକ ଫଲସ ନେଗେଟିଭ ରିପୋର୍ଟ ମଧ୍ୟ ଦେଇଥାଏ , ଯଦିବି ରୋଗୀଟି ପ୍ରକୃତରେ ରୋଗରେ ଆକ୍ରାନ୍ତ ହୋଇଛି। ଏହି ସଠିକତା ସନ୍ଦେହରେ ହିଁ ତାମିଲନାଡୁ ରାପିଡ ଟେଷ୍ଟ ବନ୍ଦ କରି ଦେଇଥିଲା।

BGUଉଲ୍ଲେଖଯୋଗ୍ୟ ବିଷୟ ଯେ ,ଓଡ଼ିଶାରେ କରୋନା ପରୀକ୍ଷାକୁ ତ୍ୱରାନ୍ୱିତ କରିବା ପାଇଁ ଅର୍ଥାତ ପ୍ରଥମ ଦୁଇ ଲକ୍ଷ ଟେଷ୍ଟ ସମ୍ପାଦନ ପାଇଁ ରାଜ୍ୟ ସରକାରଙ୍କୁ ତିନି ମାସ ସମୟ  ଲାଗିଥିବା ବେଳେ ମାତ୍ର ୫ ଦିନ ମଧ୍ୟରେ  ଅଢେଇ ଲକ୍ଷ ଟେଷ୍ଟ କରାଯାଇଥିବା କଥା କୁହାଯାଉଛି। କିନ୍ତୁ ଏଥିମଧ୍ୟରୁ ଅଧିକାଂଶ ରାପିଡ ଆଣ୍ଟିଜେନ ଟେଷ୍ଟ।

ଦିନକୁ ଦିନ ରାଜ୍ୟରେ କରୋନା ମାମଲା ବଢୁଥିବା ବେଳେ ଟେଷ୍ଟ ସଂଖ୍ୟାକୁ ନେଇ ଏତେ ଉତ୍ସାହିତ ହେବାର କାରଣ ନାହିଁ ବୋଲି ବିଶେଷଜ୍ଞଙ୍କ ମତ। ଯଦି ଏହା ଆରଟି- ପିସିଆର ଟେଷ୍ଟ ହୋଇଥାନ୍ତା ହୁଏତ ଆମେ ଖୁସି ମନାଇଥାନ୍ତେ।

Comment