ଓଡ଼ିଶାଲାଇଭ୍ ବ୍ୟୁରୋ

- କରୋନାରେ ଆଜି ୯ ଆକ୍ରା୍ନ୍ତଙ୍କ ମୃତ୍ୟୁ
- କଟକ ଜିଲ୍ଲାରୁ ସର୍ବାଧିକ ୩ ଜଣ, ସୁନ୍ଦରଗଡ଼ରୁ ୨ ଜଣ
- ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୩୯୯କୁ ବୃଦ୍ଧି
ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୯ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏଥିସହ ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୩୯୯କୁ ବୃଦ୍ଧି ପାଇଛି।
ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୩ ଜଣ ରହିଥିବାବେଳେ ସୁନ୍ଦରଗଡ଼ରୁ ୨ ଜଣ ରହିଛନ୍ତି। ସେହିପରି ଗଞ୍ଜାମ, ବଲାଙ୍ଗିର, ମାଲକାନଗିରି ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ପ୍ରାଣ ହରାଇଥିବା ଏହି ଆକ୍ରାନ୍ତମାନେ କରୋନାରେ ପ୍ରାଣ ହରାଇବା ସହିତ ଡାଇବେଟିସ୍, ହାଇପରଟେନସନ ଆଦି ରୋଗରେ ମଧ୍ୟ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।
ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୭୧କୁ ବଢ଼ିଥିବାବେଳେ ଖୋର୍ଦ୍ଧାରେ ଏହିସଂଖ୍ୟା ୫୪, କଟକରେ ୨୨, ଗଜପତିରେ ୧୬, ରାୟଗଡ଼ାରେ ୧୮ ଓ ସୁନ୍ଦରଗଡ଼ରେ ୨୬ ରହିଛି।














