ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାର୍ଜ କଲା ପୋଲିସ। ରବିବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନିକଟରେ ବାଲି ଚୋରାଚାଲାଣକୁ ନେଇ ଆନ୍ଦୋଳନ କରୁଥିବା କିଛି ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ୍ ଲାଠିଚାଳନା କରିଥିବାର ଖବର ମିଳିଛି।

ଗତ ୨୧ ତାରିଖରେ ହିଞ୍ଜିଳି ଥାନା ଅଧିନରେ ଥିବା କୋଳିଦାସପୁର ଗାଁରେ କିଛି ଦୁର୍ବୁତ୍ତ କେତେକ ବାଲି ଟ୍ରକ ଓ ଟ୍ରାକ୍ଟର ପୋଡ଼ିଦେଇଥିଲେ। ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ କରି ସେମାନେ ଏପରି କରିଥିବା ସୂଚନା ମିଳିଥିଲା। ଏହି ଘଟଣାରେ ପୋଲିସ ସେହି ଅଞ୍ଚଳର ୧୦ ଜଣଙ୍କୁ ଗିରଫ କରି ଥାନାରେ ରଖିଥିଲା।BGU

ହେଲେ ଗିରଫ ହୋଇଥିବା ସେହି ଅଭିଯୁକ୍ତଙ୍କୁ ଛାଡ଼ିବା ପାଇଁ ଆଜି ଆନ୍ଦୋଳନକାରୀମାନେ ଦାବି କରିଥିଲେ। ଶେଷରେ ପରିସ୍ଥିତି ଅସମ୍ଭାଳ ହେବାରୁ ପୋଲିସ ସେମାନଙ୍କ ଉପରେ ମୃଦୁ ଲାଠି ଚାଳନା କରିଥିବା ସୂଚନା ମିଳିଛି। ଏହାପରେ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେବା ସହିତ କିଛି ଆନ୍ଦୋଳନକାରୀ ପୋଲିସ ଉପରକୁ ମଧ୍ୟ ଢେଲାପଥର ମାଡ଼ କରିଥିବା ଦେଖିବାକୁ ମିଳିଛି।

ତେବେ ବର୍ତ୍ତମାନ ସୁଦ୍ଧା ଏଥିରେ କେତେ ଲୋକ ଆହାତ ହୋଇଛନ୍ତି ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିବାବେଳେ ଘଟଣା ସ୍ଥଳରେ ପୋଲିସ୍ ମୂତୟନ ହୋଇ ରହିଛନ୍ତି।

Comment