ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ପରେ ଏବେ କରୋନା ହଟସ୍ପଟ୍ ପାଲଟିଛି ଖୋର୍ଦ୍ଧା ଓ କଟକ ଜିଲ୍ଲା।

ରାଜ୍ୟରେ ଏବେ କରୋନାର ନୂଆ ହଟସ୍ପଟ ଜିଲ୍ଲା ସାଜିଛି ଖୋର୍ଦ୍ଧା ଓ କଟକ। ଏହି ଦୁଇ ଜିଲ୍ଲା ଏବେ ସବୁ ଜିଲ୍ଲାକୁ ପଛରେ ପକାଇ କରୋନା ସଂକ୍ରମଣର ଟପରେ ପହଞ୍ଚିଯାଇଛନ୍ତି। ପୂର୍ବରୁ ଗଞ୍ଜାମ ଜିଲ୍ଲାକୁ କରୋନାର ହଟସ୍ପଟ ଭାବେ କୁହାଯାଉଥିଲା। ଏବେ କିନ୍ତୁ ଖୋର୍ଦ୍ଧା ଓ କଟକ ଜିଲ୍ଲା ରାଜ୍ୟର ପ୍ରମୁଖ ହଟସ୍ପଟ ଜିଲ୍ଲା ହୋଇଯାଇଛନ୍ତି।

ଗତ ଗୋଟିଏ ସପ୍ତାହର କରୋନା ଗ୍ରାଫକୁ ନଜର ପକାଇଲେ ଏହି କଥା ସ୍ପଷ୍ଟ ଭାବେ ବୁଝିହେଉଛି। ଗତ ସପ୍ତାହକ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଲଗାତାରା ଭାବେ ୩୦୦ରୁ କମ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ହେଲେ ଅନ୍ୟପଟେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଏହି ସଂଖ୍ୟା ଲଗାତାର ଭାବେ ବଢ଼ିବାରେ ଲାଗିଛି।ଗତ ୧୮ ତାରିଖରେ ରାଜ୍ୟରୁ ୨୨୩୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ ସେଭିତରୁ କଟକ ଜିଲ୍ଲାର ୧୧୭ ଏବଂ ଖୋର୍ଦ୍ଧା ଜିଲ୍ଲାର ୪୧୯ ସଂକ୍ରମିତ ରହିଥିଲେ। ହେଲେ ୨୪ ତାରିଖରେ ପ୍ରକାଶିତ ରିପୋର୍ଟରେ ଏହି ସଂଖ୍ୟା କଟକରେ ୫୮୯କୁ ବୃଦ୍ଧି ପାଇବା ସହିତ ଖୋର୍ଦ୍ଧା ଜିଲ୍ଲାରେ ୪୭୪କୁ ବଢ଼ିଛି। ଏହି ୭ ଦିନ ଭିତରେ ଖୋର୍ଦ୍ଧା ଜିଲ୍ଲା କରୋନା ସଂକ୍ରମଣରେ ଟପରେ ପହଞ୍ଚିଯାଇଥିବାବେଳେ ତା’ସହ ସାଥି ହୋଇ କଟକରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି।ଭୁବନେଶ୍ୱର କାରଣରୁ ଟପରେ ଖୋର୍ଦ୍ଧା ଜିଲ୍ଲା

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ବଢ଼ିବାର ପ୍ରମୁଖ କାରଣ ସାଜିଛି ରାଜଧାନୀ ଭୁବନେଶ୍ୱର। ପ୍ରତିଦିନ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ଅଧାରୁ ଅଧିକ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି। ଯେଉ କାରଣରୁ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଛି ବୋଲି କୁହାଯାଉଛି। ଏଯାବତ ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୧୨,୩୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଭିତରୁ ରାଜଧାନୀ ଭୁବନେଶ୍ୱରରୁ କେବଳ ୭ ହଜାରରୁ ଅଧିକ ପଜିଟିଭ୍ ରହିଛନ୍ତି। ଯାହାକି ଖୋର୍ଦ୍ଧା ଜିଲ୍ଲାକୁ ସଂକ୍ରମଣର ଟପରେ ପହଞ୍ଚାଇଦେଇଛି।କଟକରେ ବଢୁଛି ସଂକ୍ରମଣ

ଗତ ସପ୍ତାହର ଗ୍ରାଫକୁ ନଜରରେ ରଖିଲେ ଦେଖାଯାଉଛି ଯେ, କଟକରେ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୧୮ ତାରିଖରେ କଟକରୁ ମାତ୍ର ୧୧୭ ପଜିଟିଭ୍ ଚିହ୍ନଟ ହେଇଥିଲେ। ଏହାପରେ ଗତ ସପ୍ତାହେ ମଧ୍ୟ ଲଗାତାର ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ୨୪ ତାରିଖରେ କଟକରୁ ସର୍ବାଧିକ ୫୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ପ୍ରଶାସନ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ସାଜିଛି।BGUଗଞ୍ଜାମର ସ୍ଥିତି ସୁଧୁରୁଛି

ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ସ୍ଥିତି ସାମାନ୍ୟ ସ୍ଥିତିକୁ ଫେରିବାରେ ଲାଗିଛି। ଜିଲ୍ଲାରୁ ଗତ ସପ୍ତାହେ ହେଲା ଲଗାତାର ଭାବରେ ୩ଶହରୁ କମ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗଞ୍ଜାମରେ ବ୍ୟାପକ ଭାବେ ଟେଷ୍ଟ କରାଯିବା ସହିତ ଲକଡାଉନ୍, ସଟଡାଉନ୍ କରାଯାଇ ସ୍ଥିତିକୁ ନିୟନ୍ତ୍ରଣାଧୀନ କରାଯାଇଛି ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।

Comment