ଓଡ଼ିଶାଲାଇଭ୍ ବ୍ୟୁରୋ

- କଟକ ସହରରୁ ୧୨୫ ନୂଆ ପଜିଟିଭ୍ ଚିହ୍ନଟ
- କୁମ୍ଭାରସାହି କଣ୍ଟେନମେଣ୍ଟ୍ ଜୋନରୁ ୩୪ ଜଣ ସଂକ୍ରମିତ
- ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬ ଶହ ଟପିଲା
କଟକ ସହରରୁ ଆଜି ଚିହ୍ନଟ ହୋଇଛନ୍ତି ୧୨୫ ନୂଆ ପଜିଟିଭ୍ କେସ୍। ଏଥିସହ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬ ଶହ ଟପିଛି। ଏନେଇ ସିଏମସି ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
#COVID19 update in Cuttack city (CMC area)
Out of the 247 new COVID-19 +ve cases reported today in #Cuttack district, 125 +ve cases belong to Cuttack city (CMC area).
Another 91 recoveries (24th August data) have been reported recently! KUDOS to all doctors & healthcare staff. pic.twitter.com/VS3VeqNTif
— CMC,Cuttack (@CMCCuttack) August 25, 2020
କଟକ ସହରରୁ ଚିହ୍ନଟ ହୋଇଥିବା ଏହି ପଜିଟିଭଙ୍କ ମଧ୍ୟରୁ ୩୪ ଜଣ କୁମ୍ଭାରସାହି କଣ୍ଟେନମେଣ୍ଟ୍ ଜୋନରୁ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଜଣ ସରକାରୀ କ୍ୱାରେଣ୍ଟାଇନ୍, ୩୩ ଜଣ ହୋମ୍ କ୍ୱାରେଣ୍ଟାଇନ୍ ଓ ୩୪ ଲୋକାଲ୍ କେସ୍ କଟକ ସହରରୁ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬୫୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୨୦୪ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୪୨୮ ଏବେ ବି ସକ୍ରିୟ ଅଛନ୍ତି। କଟକ ସହରରେ ମୋଟ ୨୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ବୋଲି ସିଏମସି ସୂଚନା ଦେଇଛି।














