ଓଡ଼ିଶାଲାଇଭ୍ ବ୍ୟୁରୋ

- ରାଜ୍ୟରୁ ଆଜି ୩୩୮୪ ନୂଆ ପଜିଟିଭ୍ ଚିହ୍ନଟ
- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୭ ପଜିଟିଭ୍ ଚିହ୍ନଟ
- ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦,୯୮୬କୁ ବୃଦ୍ଧି
ରାଜ୍ୟରେ ଆଜି ପୁଣି ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ ପଜିଟିଭ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୩୩୮୪ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ଟପିଛି।
ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ବାକି ୧୨୫୬ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
Covid-19 Report For 26th August
New Positives Cases: 3384
In quarantine: 2128
Local contacts: 1256(Details of local contacts will be shared by concerned District Administration)
District Wise Cases
1. Angul: 13
2. Balasore: 119
3. Bargarh: 157
4. Bhadrak: 82
5. Balangir: 99— I & PR Department, Odisha (@IPR_Odisha) August 27, 2020
ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପଛକୁ କଟକରୁ ୪୯୨ ଓ ସମ୍ବଲପୁରରୁ ୧୮୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୧୧୯, ବରଗଡ଼ରୁ ୧୫୭,ଗଞ୍ଜାମରୁ ୧୭୭, ଯାଜପୁରରୁ ୧୭୬, ମୟୂରଭଞ୍ଜରୁ ୧୭୭, ରାୟଗଡ଼ାରୁ ୧୫୪, ପୁରୀରୁ ୧୨୧, ଓ ସୁନ୍ଦରଗଡ଼ରୁ ୧୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
22. Mayurbhanj: 177
23. Nawarangpur: 31
24. Nayagarh: 76
25. Nuapada: 19
26. Puri: 121
27. Rayagada: 154
28. Sambalpur: 182
29. Sonepur: 37
30. Sundargarh: 101New Recoveries: 3343
Cumulative Tested: 1553257
Positive: 90986
Recovered: 62813
Active Cases: 27672— I & PR Department, Odisha (@IPR_Odisha) August 27, 2020
ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦,୯୮୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଏବେ ସୁଦ୍ଧା ୬୨,୮୧୩ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ବି ୨୭,୬୭୨ ସକ୍ରିୟ ଅଛନ୍ତି।














