ଓଡ଼ିଶାଲାଇଭ୍ ବ୍ୟୁରୋ

  • କରୋନାରେ ଆଉ ୭ ରୋଗୀ ମୃତ
  • ସମ୍ବଲପୁରର ୩ ଆକ୍ରାନ୍ତ ପ୍ରାଣ ହରାଇଲେ
  • ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୪୪୮କୁ ବୃଦ୍ଧି

କରୋନାରେ ଆଖୁବୁଜିଲେ ଆଉ ୭ ଜଣ ରୋଗୀ। ଏଥିସହିତ ରାଜ୍ୟର ମୋଟ କୋଭିଡ୍ ମୃତ୍ୟୁସଂଖ୍ୟା ୪୪୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାର ସର୍ବାଧିକ ୩ ଜଣ ରହିଛନ୍ତି। ସେହପରି ବରଗଡ଼ରୁ ୨, ଭଦ୍ରକରୁ ୧ ଓ ଭୁବନେଶ୍ୱରର ଜଣେ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି।

ଏଯାବତ ରାଜ୍ୟର ୪୪୮ ଜଣ ରୋଗୀ କରୋନାରେ ପ୍ରାଣ ହରାଇବା ସହିତ ୫୩ ଜଣ ରୋଗୀ କରୋନାରେ ଆକ୍ରାନ୍ତ ଥାଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।BGU

Comment