ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ମାସ ଶେଷ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିବ ବୋଲି ଅନୁମାନ କରାଯାଉଛି।

ରାଜ୍ୟରେ ଏବେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ସହିତ କରୋନା ଗ୍ରାଫ ଉପରମୁହାଁ ହୋଇ ମାଡିଚାଲିଛି। ସ୍ଥିତି ଏପରି ହେଲାଣି ଯେ ଆଉ ୩ କିମ୍ବା ୪ ଦିନ ଭିତରେ ଓଡ଼ିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଛୁଇଁବ ବୋଲି ଅନୁମାନ କରାଯାଉଛି।

୨୭ ତାରିଖର ତାଜା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଏବେ ସୁଦ୍ଧା ମୋଟ ୯୦,୯୮୬ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ଏପଟେ ଗତ କିଛିଦିନ ହେବ ଲଗାତାର ଭାବେ ରାଜ୍ୟରୁ ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଛଇଁବାକୁ ଆଉ ମାତ୍ର ତିନି ଚାରିଦିନ ଲାଗିବ ବୋଲି କୁହାଯାଉଛି।ଅଧିକ ଟେଷ୍ଟିଂ, ଅଧିକ ସଂକ୍ରମିତ

ରାଜ୍ୟରେ ଦିନକୁ ଦିନ କରୋନା ଟେଷ୍ଟିଂରେ ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଏବେ ଦିନକୁ ପ୍ରାୟ ୬୦ ହଜାରରୁ ଅଧିକ ଟେଷ୍ଟ କରାଯାଉଥିବାବେଳେ ଆଗକୁ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଇଛି। ଟେଷ୍ଟିଂ ବଢୁଥିବାରୁ ରାଜ୍ୟରେ ସଂକ୍ରମଣର ପରିମାଣ ମଧ୍ୟ ବଢୁଛି। ହେଲେ ସୁସ୍ଥତା ହାର ମଧ୍ୟ ଏହାକୁ ସାଥ୍ ଦେଇ ବଢୁଛି ବୋଲି ସରକାରଙ୍କ ତରଫରୁ କୁହାଯାଉଛି।

ଓଡ଼ିଶାର କରୋନା ଗ୍ରାଫ୍

ଓଡ଼ିଶାରେ ମାର୍ଚ୍ଚ ୧୫ ତାରିଖରେ ପ୍ରଥମ କରି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଏହାପରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିଲା। ହେଲେ ଏହିସଂଖ୍ୟା ୧୦ ହଜାର ଛୁଇଁବାକୁ ପ୍ରାୟ ୪  ମାସ ଲାଗିଯାଇଥିଲା। ଜୁଲାଇ ୭  ତାରିଖରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଥିଲା।corona testହେଲେ ଏହାପରେ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାକୁ ଆରମ୍ଭ ହୋଇଥିଲା। ଜୁଲାଇ ୭ ତାରିଖରେ ୧୦ ହଜାର ଟପିଥିବା ସଂକ୍ରମିତଙ୍କ ସଂଖ୍ୟା ଜୁଲାଇ ୨୩ ତାରିଖ ବେଳକୁ ୨୦ ହଜାର ଛୁଇଁଥିଲା। ଯାହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ସେହିପରି ଜୁଲାଇ ଶେଷ ବେଳକୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ପାର୍ କରିସାରିଥିଲା।BGUତେବେ ଜୁଲାଇ ପରେ ଅଗଷ୍ଟ ମାସରେ କିନ୍ତୁ ସଂକ୍ରମଣ ହାର ଶିଖର ଚୁଇଁଥିଲା। ଅଗଷ୍ଟ ୧୨ ତାରିଖ ବେଳକୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ଟପିଥିଲା। ଯାହାକି  ଅଗଷ୍ଟ ୧୮ ତାରିଖ ବେଳକୁ ୭୦ ଏବଂ ଅଗଷ୍ଟ ୨୭ ବେଳକୁ ୯୦ ହଜାର ପାର୍ କରିଛି। ଏବେ ପ୍ରତି ପ୍ରତି ସପ୍ତାହକୁ ରାଜ୍ୟରୁ ପ୍ରାୟ ୨୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ଅଗଷ୍ଟ ଶେଷ ବେଳକୁ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର୍ କରିବ ବୋଲି ଅନୁମାନ କରାଯାଉଛି।

Comment