ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ପାଇଁ ବର୍ତ୍ତମାନ ୟୁଏଇ ଗସ୍ତରେ ଥିବା ଚେନ୍ନାଇ ସୁପର କିଙ୍ଗସ୍ ଦଳର ୧୨ ଜଣ ସଦସ୍ୟ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଦଳର ଜଣେ ଖେଳାଳିଙ୍କ ସହିତ ୧୨ ଜଣ ସପୋର୍ଟ ଷ୍ଟାଫମାନଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି।

ଚେନ୍ନାଇ ସୁପରକିଙ୍ଗସ୍ ଦଳର ଖେଳାଳି କରୋନା ପଜିଟିଭ୍ ହେବା ପରେ ଫ୍ରାଞ୍ଚାଇଜ୍ ପାଇଁ ଚିନ୍ତା ବଢ଼ିଛି। କାରଣ ଦଳର ଖେଳାଳିମାନେ ଏବେ ଆଉ ୬ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ। ଏହାପରେ ସେମାନଙ୍କର ପୁଣିଥରେ କରୋନା ଟେଷ୍ଟ କରାଯିବ। ଯଦି ଖେଳାଳିମାନେ ନେଗେଟିଭ୍ ଥିବେ ତେବେ ସେମାନଙ୍କୁ ଆଇପିଏଲ୍ ଖେଳିବାକୁ ସୁଯୋଗ ମିଳିବ।BGUସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆଇପିଏଲ୍ ଖେଳାଯିବାକୁ ଅଛି। ଏଥିପାଇଁ ଆଠଟି ଯାକ ଦଳ ବର୍ତ୍ତମାନ ସୁଦ୍ଧା ୟୁଏଇରେ ପହଞ୍ଚିସାରିଛନ୍ତି। ସେଠାରେ ପହଞ୍ଚିବା ପରେ ଦଳର ସମସ୍ତ ଖେଳାଳି ଓ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି। ଏହାପରେ ଖେଳାଳିମାନଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଲେ ସେମାନଙ୍କୁ ଆଇପିଏଲ୍ ଖେଳିବାକୁ ସୁଯୋଗ ଦିଆଯିବ।

ଏଥର କରୋନା କଟକଣା ଭିତରେ ଏକ ସୁରକ୍ଷିତ ବାତାବରଣରେ ଆଇପିଏଲ୍ ମ୍ୟାଚ୍ ଆୟୋଜନ କରାଯିବ। ଯେଉଁ ଖେଳାଳିମାନେ ପଜିଟିଭ୍ ଥିବେ ସେମାନଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯିବ।

Comment