ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବନ୍ୟାର ସ୍ଥିତି ନେଇ ଜାଣନ୍ତୁ ପ୍ରତି ତିନି ଘଣ୍ଟାରେ ତାଜା ଅପଡେଟ୍।
- ମହାନଦୀ ଉପରମୁଣ୍ଡରେ ବର୍ଷାଯୋଗୁଁ ହୀରାକୁଦ ଡ୍ୟାମକୁ ଅଧିକ ପାଣି ପଶୁଛି
- ଆଜି ହୀରାକୁଦ ଡ୍ୟାମର ଆଉ ୨ ଟି ଗେଟ୍ ଖୋଲିଲା
- ଏବେ ମୋଟ ୪୬ଟି ଗେଟ୍ ଦେଇ ଡ୍ୟାମର ଜଳ ନିଷ୍କାସନ ହେଉଛି
- ଡ୍ୟାମକୁ ପଶୁଛି ୮ ଲକ୍ଷ ୮୩ ହଜାର ୮୫୫ କ୍ୟୁସେକ ଜଳ
- ଡ୍ୟାମରୁ ନିଷ୍କାସିତ ହେଉଛି ୭ ଲକ୍ଷ ୨୫ ହଜାର ୧୭୨ କ୍ୟୁସେକ ଜଳ
- ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିଲା ବେଳେ ଏବେ ଜଳ ପତନ ୬୨୬.୮୧ ରହିଛି
- ମୁଣ୍ଡଳିରେ ଏବେ ୯ ଲକ୍ଷ ୧୮ ହଜାର ୩୮୩ କ୍ୟୁସେକ ଜଳ ପ୍ରବାହିତ
- ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିପାରେ ବନ୍ୟା ଜଳ
- ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
- ବାଙ୍କୀ ଗୟଳବାଙ୍କରେ ୫୦ ଫୁଟ୍ ଓସାରର ଘାଇ
- ପୁରୀ ଜିଲ୍ଲା କାଣାସ ବ୍ଲକର ୫ଟି ପଞ୍ଚାୟତ ପାଣିଘେରରେ
- ଦୟା , ମକରା, ରାଜୁଆ, ମଲାଗୁଣି ଏବଂ ଲୁଣା ନଦୀ ବିପଦ ସଂକେତ ଉପର ଦେଇ ଗତିକରୁଛି
- ଡେରିବିଶ ବ୍ଲକ ବେଣିପୁର ଘେରି ବନ୍ଧଭାଙ୍ଗି, ୬ ଓ୍ଵାର୍ଡ ଜଳମଗ୍ନ
- ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତାରେ ବିପଦ ସଂକେତ ଉପରେ ଜଳସ୍ତର
- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ୧୨ ଓ ରାଜନଗରର ୪ ପଞ୍ଚାୟତ ପାଣିଘେରରେ
- ଯାଜପୁରର ୧୨୫ ପଞ୍ଚାୟତର ୫୫୦ ଗାଁ ଜଳମଗ୍ନ
- ଜେନାପୁରରେ ବ୍ରାହ୍ମଣୀର ବିପଦ ସଙ୍କେତ ୬୭ ଫୁଟ, ଏବେ ପ୍ରବାହିତ ୯୯.୭୦
- ଆଖିୁଆପଦାରେ ବିପଦ ସଙ୍କେତ ଉପରେ ବୈତରଣୀ
- ଯାଜପୁରର ୨୬ଟି ସ୍ଥାନରେ ଘାଇ
- ଜିଲ୍ଲାରେ ଏବେ ସୁଦ୍ଧା ୨୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
- କଟକ ବାଙ୍କୀ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗୀନ, ଅନେକ ଚାଷଜମି ପାଣିରେ ଉବୁଟୁବୁ
- କଇଁମୁଣ୍ଡି, ଶୁଖୁଆଖେଳା, ବିଲିପଡ଼ା ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ
- ମହାନଦୀ ପରେ ଫୁଲିବାରେ ଲାଗିଛି ଦୟାନଦୀ
- ପିପିଲି–ଜଟଣୀ ମୁଖ୍ୟ ରାସ୍ତା ଉପରେ ଦୟାନଦୀର ପାଣି