ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ସିଙ୍ଗର ଭାବେ ଏବେ ବେଶ୍‌ ଜଣାଶୁଣା ରିଚା ଶର୍ମା। ପ୍ରାୟ ସମସ୍ତ ପ୍ରକାର ଗୀତକୁ ଅତି ସହଜ ଭାବେ ଗାଇବାରେ ସେ ଧୁରନ୍ଧର। ତାଙ୍କ ସ୍ୱର ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରେ। କିନ୍ତୁ ବଲିଉଡରେ ଏହି ସଫଳତା ତାଙ୍କୁ ସହଜରେ ମିଳିନି। ପିଲାଟି ଦିନରୁ ସେ ଏହି ସଫଳତା ପାଇଁ ବେଶ୍‌ ସଂଘର୍ଷ କରିଛନ୍ତି।

ରିଚା ୧୯୭୪ ମସିହା, ଅଗଷ୍ଟ ୨୯ ତାରିଖରେ ଫରଦାବାଦରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଜଣେ ବଡ଼ ଶାସ୍ତ୍ରୀୟ ଗାୟକ ଥିଲେ। ପିଲା ବେଳୁ ତାଙ୍କ ବାପା ରିଚାଙ୍କ ପ୍ରତିଭାକୁ ଚିହ୍ନି ପାରିଥିଲେ। ରିଚା ଦିନେ ବଡ଼ ଗାୟିକା ଭାବେ ଖ୍ୟାତି ଅର୍ଜନ କରିବେ ଏକଥା ତାଙ୍କ ବାପା ଜାଣି ପାରିଥିଲେ।

କିନ୍ତୁ ରିଚାଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେବେଳେ ଖରାପ ଥିଲା। ପରିବାର ସ୍ଥିତି ସୁଧାରିବା ପାଇଁ ରିଚା ୧୦ ବର୍ଷ ବୟସରୁ ମାତାଙ୍କ ମନ୍ଦିରରେ ଗୀତ ଗାଇବା ଆରମ୍ଭ କରିଦେଇଥିଲେ। ମନ୍ଦିରରୁ ଗୀତ ଗାଇବା ଯୋଗୁଁ ତାଙ୍କୁ ୧୧ ଟଙ୍କା ମିଳୁଥିଲା। ଏକଥା ରିଚା ଅନେକ ସାକ୍ଷାତକାରରେ କହିଛନ୍ତି।

ଏହାପରେ ୧୯୯୫ରେ ରିଚାଙ୍କ ଜୀବନରେ ଏକ ନୂଆ ମୋଡକୁ ଆସିଲା। ସେ ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଭଜନ ଗାଇଥିଲେ। ସେହିଠାରୁ ବଲିଉଡର ଜଣେ ସଙ୍ଗୀତ ନିର୍ଦ୍ଦେଶକ ତାଙ୍କୁ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ।BGU

ଏହା ପରେ ବଲିଉଡରେ ପ୍ଲେ ବ୍ୟାକ୍ ଗାୟିକ ଭାବରେ ରିଚାଙ୍କ କ୍ୟାରିଅର୍ ଆରମ୍ଭ ହେଲା ସେ ଶାହାରୁଖ ଖାନଙ୍କ ଅନେକ ଫିଲ୍ମରେ ଗୀତ ଗାଇଲେ। ଫିଲ୍ମ ‘କାଲ ହୋ ନା ହୋ’,  ‘ଓମ୍ ଶାନ୍ତି ଓମ୍’ ‘ମାଇଁ ନେମ୍‌ ନାମ ଇଜ୍ ଖାନ’ରେ ସେ ଗୀତ ଗାଇଥିଲେ। ଏବେ ଜଣେ ବଡ଼ ଷ୍ଟାର ହୋଇଥିଲେ ବି ସେ ତାଙ୍କର ସଂଘର୍ଷର ଦିନକୁ ଭୁଲି ଯାଇ ନାହାନ୍ତି। ଏବେ ବି ରିଚା ଭଜନ ଗାଇବା ଜାରି ରଖିଛନ୍ତି।

Comment