ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ୍, କଲେଜ ବନ୍ଦ
  • ପରୀକ୍ଷା ହୋଇପାରିବ ବୋଲି ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର
  • ଅନଲାଇନରେ ଜାରି ରହିବ ପାଠପଢ଼ା

ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍ ଆଣିଛନ୍ତି ରାଜ୍ୟ ସରକାର। ଯେଉଁଥିରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଅକ୍ଟୋବର ମାସ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କୁହାଯାଇଛି। ହେଲେ ଏହି ସମୟ ମଧ୍ୟରେ ପରୀକ୍ଷା ଥିଲେ ତାହା ହୋଇପାରିବ ବୋଲି ରାଜ୍ୟ ସରକାର ନିୟମ ଜାରି କରିଛନ୍ତି।

ବିଶେଷ କରି ୟୁଜି ଓ ପିଜି ପରୀକ୍ଷାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଏଥିସହ ଆଗକୁ ରାଜ୍ୟରେ ପିଜି ପ୍ରବେଶିକା ପରୀକ୍ଷା ମଧ୍ୟ ହେବାକୁ ଥିବାରୁ ଏହାକୁ ଧ୍ୟାନରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

BGUଏଥିସହ ଅନଲାଇନ୍ ଜରିଆରେ ପିଲାମାନଙ୍କର ପାଠପଢ଼ା ବର୍ତ୍ତମାନ ପାଇଁ ଚାଲୁ ରହିବ। ୫୦ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକମାନେ ସ୍କୁଲକୁ ଆସି ଅନଲାଇନ୍ ଜରିଆରେ ପାଠପଢ଼ା ଆଦି କରିପାରିବେ ବୋଲି କୁହାଯାଇଛି।

ସେହିପରି ରିସର୍ଚ୍ଚ ସ୍କଲାର ଓ ପିଜି ଛାତ୍ରଛାତ୍ରୀମାନେ ମଧ୍ୟ ଟେକ୍ନିକାଲ ଓ ଲାବ୍ରୋଟୋରୀ କାମ ପାଇଁ କଲେଜ ଆସିପାରିବେ ବୋଲି କୁହାଯାଇଛି। ତେବେ ଏହି ସମୟରେ ସେମାନେ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି।

ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ମାସ ଗାଇଡଲାଇନ୍ – ଜାଣନ୍ତୁ, କ’ଣ ହେଲା କୋହଳ?

Comment