ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆମ୍ବୁଲାନ୍ସକୁ ଧକ୍କା ଦେଇ ଓଲଟିଲା ଟ୍ରକ। ରାୟଗଡ଼ା ଥାନା ଗୁମ୍ମା ଘାଟି ବ୍ରିଜ ନିକଟରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ମଙ୍ଗଳବାର ଲାଞ୍ଜିଗଡରୁ ଏକ ଆମ୍ବୁଲାନ୍ସ ରୋଗୀଙ୍କୁ ଧରି କୋରାପୁଟକୁ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଅଦା ବଜେଇ ଟ୍ରକ ଆମ୍ବୁଲାନ୍ସକୁ  ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିଲେ ଓ  ଅନ୍ୟ ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଆହତ ବ୍ୟକ୍ତିମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି।BGUଆମ୍ବୁଲାନ୍ସକୁ ଧକ୍କା ଦେଇଥିବା ଟ୍ରକଟି ଅଳ୍ପ କିଛି ବାଟ ଅତିକ୍ରମ କରି ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଫେରାର ଅଛି। ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment