ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିଳିତ ଜାତିସଂଘର ସାଧାରଣ ସଭା କରୋନା ପାଇଁ ପ୍ରଥମ ଥର ଭର୍ଚୁଆଲ୍ ହେବ। ସେପ୍ଟେମ୍ବର ୧୫ରୁ ୩୦ ତାରିଖ ଯାଏଁ ଏହି ସଭା ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୬ରେ ମିଳିତ ଜାତିସଂଘର ସାଧାରଣ ସଭାରେ ନିଜର ଅଭିଭାଷଣ ରଖିବେ। ମୋଦୀ ଏହି ସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରିପାରନ୍ତି।

ଅନ୍ୟପକ୍ଷରେ ଚୀନ୍ ସୀମା ବିବାଦ ବିବାଦ ମଧ୍ୟରେ ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ପୂର୍ବରୁ ସେପ୍ଟେମ୍ବର ୨୫ରେ ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଅଭିଭାଷଣ ଦେବେ। ଏହି ଦୃଷ୍ଟିରୁ ମୋଦୀଙ୍କ ଅଭିଭାଷଣକୁ ଆହୁରି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।BGU

ସେହିପରି ମିଳିତ ଜାତିସଂଘ ସାଧାରଣ ସଭାରେ ଆମେରିକା ନିର୍ବାଚନ ପୂର୍ବରୁ ଏଥର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଶେଷ ଭାଷଣ ଦେବେ। ତେଣୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାଷଣ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

Comment