ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଜି ରାଜ୍ୟରୁ ସୁସ୍ଥ ହେଲେ ୩୨୭୮ କରୋନା ରୋଗୀ
  • ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ
  • ରାଜ୍ୟର ମୋଟ ୮୭,୩୫୧ ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୨୭୮ କରୋନା ରୋଗୀ। ଏଥିସହ ରାଜ୍ୟର କରୋନା ସୁସ୍ଥଙ୍କ ସଂଖ୍ୟା ୮୭ ହଜାରକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ଗଞ୍ଜାମରୁ ୩୬୮, କଟକରୁ ୨୩୦, ଯାଜପୁରରୁ ୧୯୫, ରାୟଗଡ଼ାରୁ ୧୮୭, ବରଗଡ଼ରୁ ୧୮୫, ବାଲେଶ୍ୱରରୁ ୧୨୪, ପୁରୀରୁ ୧୨୨, ନୟାଗଡ଼ରୁ ୧୨୧, ମାଲକାନଗିରିରୁ ୧୧୭, ମୟୂରଭଞ୍ଜରୁ ୧୧୭, କୋରାପୁଟରୁ ୧୦୭ ସୁନ୍ଦରଗଡ଼ରୁ ୧୦୪ ଜଣ ସୁସ୍ଥ ହୋଇଛନ୍ତି।

ଏଯାବତ ରାଜ୍ୟରୁ ମୋଟ ୧,୧୩,୪୧୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଏବେ ବି ୨୫,୪୮୫ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ବାକି ୮୭,୩୫୧ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲକୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

Comment