ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାର ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ। ସିଏଚ୍‌ଏସଇ କାର୍ଯ୍ୟାଳୟରେ ଅପରାହ୍‌ଣ ୪ଟାରେ ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ସିଏଚସିଇର ଓ୍ୱେବସାଇଟରେ ରେଜଲ୍ଟ ଦେଖିପାରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଏଥର କଳାରେ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଚଳିତ ବର୍ଷ କରୋନା ମହାମାରୀ ପାଇଁ ସମ୍ପୂର୍ଣ୍ଣ ପରୀକ୍ଷା ହୋଇପାରିନଥିଲା। ଲକଡ଼ାଉନ, ସଟଡ଼ାଉନ ପାଇଁ ଖାତା ଦେଖାରେ ମଧ୍ୟ ସମସ୍ୟା ଉପୁଜିଥିଲା। ଫଳରେ ରେଜଲ୍ଟ ପ୍ରକାଶରେ ବିଳମ୍ବ ହୋଇଛି।BGU

ଗତ ମାସ ୧୨ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ୧୯ ତାରିଖରେ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା ।

Comment