ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

Samir Dash୧୦ କିଲୋମିଟର ଭିତରେ ଥିବା ମାଟ୍ରିକ ଖାତା ଦେଖା କେନ୍ଦ୍ରରେ ଶିକ୍ଷକମାନେ ଖାତା ଦେଖିବେ। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯେଉଁ ଶିକ୍ଷକମାନେ ଦୂରରୁ ଆସି ଖାତା ଦେଖୁଛନ୍ତି ସେମାନଙ୍କ ପାଇଁ ବୋର୍ଡ ବିକଳ୍ପ ବ୍ୟବସ୍ଥା ବିଚାର କରିବ। ଶନିବାର ମାଟ୍ରିକ ଖାତା ଦେଖା ପ୍ରସଙ୍ଗକୁ ନେଇ ଏପରି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମନ୍ତ୍ରୀ କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାଟ୍ରିକ ଖାତା ଦେଖା ହେବ। ଶିକ୍ଷକମାନଙ୍କର ସ୍ୱାସ୍ଥ୍ୟବସ୍ଥାର ସୁରକ୍ଷାକୁ ଦୃଷ୍ଟିରେ ରଖି ଖାତା ଦେଖା ଆରମ୍ଭ କରାଯିବ। ଖାତା ଦେଖା ସମୟରେ ଶିକ୍ଷକମାନେ ସାମାଜିକ ଦୂରତା ଓ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବେ ବୋଲି ମନ୍ତ୍ରୀ କହିଛନ୍ତି।

ମେ ମାସ ୨୦ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟ ଦେଇ କହିଛନ୍ତି।

Comment