ଓଡିଶାଲାଇଭ୍ ବ୍ୟୁରୋ

ଆଉ ଦେବାକୁ ପଡ଼ିବନି +୨ ପରୀକ୍ଷା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଯୁକ୍ତ ଦୁଇ କଳା,ବାଣିଜ୍ୟ ଓ ବିଜ୍ଞାନର ବାକିଥିବା ପରୀକ୍ଷାଗୁଡ଼ିକୁ ବାତିଲ କରିଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଦେଶରେ ତାଲାବନ୍ଦ ଯୋଗୁଁ ଯୁକ୍ତ ଦୁଇର ୨୩ଟି ପରୀକ୍ଷା ହୋଇପାରିନଥିଲା। ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଳକା ପରୀକ୍ଷାଗୁଡ଼ିକୁ କରିବା ସମ୍ଭବପର ନୁହେଁ। ତେଣୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ବାକିଥିବା ପରୀକ୍ଷାଗୁଡ଼ିକୁ ବାତିଲ୍ କରିଦେଇଛି। ଏହାପରେ ରାଜ୍ୟରେ ମଧ୍ୟ ଆଉ ଯୁକ୍ତ ଦୁଇର ବାକି ଥିବା ପରୀକ୍ଷା ହେବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ତେବେ ବିକଳ୍ପ ମୂଲ୍ୟାୟନ ସାହାଯ୍ୟରେ ପିଲାମାନଙ୍କର ରେଜଲ୍ଟ ପ୍ରକାଶ ପାଇବ। ସିବିଏସଇ ଢ଼ାଞ୍ଚାରେ ଏଥର ଖାତା ମୂଲ୍ୟାୟନ ହେବ ବୋଲି କୁହାଯାଇଛି।ଏହା ପୂର୍ବରୁ ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା ମଧ୍ୟ ବାତିଲ ହୋଇସାରିଛି।

Comment