ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ସାଘାଂତିକ ସ୍ଥିତିରେ ରହିଛି। କିନ୍ତୁ ଲୋକମାନେ କଟକଣା ମାନୁନଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଏକାଧିକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମଧ୍ୟ କଲେଜ ଖୋଲା ରହୁଛି। କରୋନା ସଂକ୍ରମଣକୁ ଅଣଦେଖା କରି କଲେଜ ଚାଲୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ନୟାଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଛି। ଏଥିସହ ୧୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିପରି ପ୍ରତିଦିନ ସହରାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସ୍ଥାନୀୟ ବ୍ଲକ, ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟାଳୟ ଓ ମହିଳା କଲେଜ କ୍ୟାମ୍ପସ ଆଦି ସରକାରୀ ଦପ୍ତର ଓ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମହିଳା କଲେଜ ଲେନ୍‌ର ଏକାଧିକ ପରିବାର ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବା ଚିନ୍ତାର ବିଷୟ ହୋଇଛି। ମହିଳା ମହାବିଦ୍ୟାଳୟ ଲେନ୍ର ଡାକ୍ତର ମୀନକେତନ ବଳିୟାରସିଂ କରୋନାରେ ପ୍ରାଣ ହରାଇବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।BGUଅନ୍ୟପକ୍ଷେ ସ୍ଥନୀୟ ମହିଳା ମହାବିଦ୍ୟାଳୟର ୫ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷାଙ୍କ କାର୍ଯ୍ୟଳୟର ଜଣେ କର୍ମଚାରୀ ଅଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହରେ ଅଧ୍ୟକ୍ଷା ହୋମ୍ ଆଇସୋଲେସନରେ ରହିଛନ୍ତି।

ଏପରି ସ୍ଥଳେ କଲେଜ ବନ୍ଦ ରଖିବା ପରିବର୍ତ୍ତେ କର୍ମଚାରୀମାନେ ନିୟମିତ କାର୍ଯ୍ୟାଳୟକୁ ଆସି କାର୍ଯ୍ୟରେ ଯୋଗ ଦେଉଛନ୍ତି। ଫଳରେ ଏହା ସରକାରଙ୍କ କରୋନା ସଂକ୍ରମଣ ନିୟନ୍ତ୍ରଣ ମାର୍ଗଦର୍ଶିକାକୁ ଉଲଘଂନ କରୁଥିବା କେତେକ ମତ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଅବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

LEAVE A REPLY

Please enter your comment!
Please enter your name here