ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କବଳରେ ରାଜ୍ୟର ଆଉ ୨ବିଧାୟକ। ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଓ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନିଙ୍କ କରୋନା ପଜିଟିଭ୍ ଥିବା ନେଇ ସୂଚନା ମିଳିଛି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି। ସେହିପରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ବିଧାୟକ ପ୍ରଭୁ ଜାନି ମଧ୍ୟ କରୋନା ପଜିଟିଭ୍ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜର ଟେଷ୍ଟ କରାଇନେବାକୁ କହିଛନ୍ତି।BGUଏହାପୂର୍ବରୁ ମଧ୍ୟ ରାଜ୍ୟର ଅନେକ ନେତା କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି। ଏମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସୁରେଶ ପୂଜାରୀ, ମଞ୍ଜୁଲତା ମଣ୍ଡଳ, ମନ୍ତ୍ରୀ ସୁଶାନ୍ତ ସିଂହ, ଅରୁଣ ସାହ, ପଦ୍ମିନୀ ଦିଆନ ପ୍ରମୁଖ ସାମିଲ ଅଛନ୍ତି। ସେହିଭଳି ବିଧାୟକମାନଙ୍କ ମଧ୍ୟରେ ସୁକାନ୍ତ ନାୟକ, ସୁନନ୍ଦା ଦାସ, ଶ୍ରୀକାନ୍ତ ସାହୁ, ସୋମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଏମାନଙ୍କ ମଧ୍ୟରୁ କେତେକ ସୁସ୍ଥ ହୋଇସାରିଥିବାବେଳେ ଏବେ ବି ଅନେକ ଚିକିତ୍ସାଧୀନ ଅଛନ୍ତି।

Comment