ଓଡ଼ିଶାଲାଇଭ୍ ବ୍ୟୁରୋRhea chakrabarti

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ସମ୍ପୃକ୍ତିକୁ ନେଇ ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଥରେ ଜେରା କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)। ଗତକାଲି ତାଙ୍କୁ ଦୀର୍ଘ ୬ ଘଣ୍ଟା ଧରି ଏନ୍‌ସିବି ଜେରା କରିଛି। ତେବେ ଆଜି ରିୟାଙ୍କୁ ଏନ୍‌ସିବି ଗିରଫ କରିପାରେ ବୋଲି ସୂଚନା ମିଳିଛି। ଏନ୍‌ସିବି ପକ୍ଷରୁ ପଚରା ଯାଉଥିବା ପ୍ରଶ୍ନକୁ ରିୟା କିପରି ସାମ୍ନା କରୁଛନ୍ତି ତା ଉପରେ ତାଙ୍କ ଗିରଫଦାରି ନିର୍ଭର କରିବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଆଜି ଜୈଦ୍, ସାମୁଏଲ୍ ମିରାଣ୍ଡା ଓ ସୌଭିକ୍‌ଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଛି। ଏହାପରେ ସେମାନଙ୍କୁ ରିୟାଙ୍କ ସାମ୍ନାରେ ବସାଇ ଜେରା କରାଯିବ ବୋଲି ସୂଚନା ମିଳିଛି।BGUଏହି ମାମଲାରେ ଡ୍ରଗ୍ସ ଲିଙ୍କ ନେଇ ଯାଞ୍ଚ କରିବାକୁ ଏନ୍‌ସିବି ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିଛି। ଏହି ଟିମ୍ ଡ୍ରଗ୍ସ କାରବାର ଉପରେ ତଦନ୍ତ କରିବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଅଞ୍ଜୁ କେଶଓ୍ଵାନିଙ୍କୁ ଏନ୍‌ସିବି ଗିରଫ କରିଛି।

Comment