ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର: ଜୟପୁରସ୍ଥିତ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାଗୃହରେ  କର୍ମଚାରୀ ସଂଘର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଯେଉଁଥିରେ ଦିଗାମ୍ବର ନାୟକଙ୍କୁ ସଂଘର ନୂଆ ସଭାପତି ଭାବେ ନିର୍ବାଚିତ କରାଯାଇଛି।

ପ୍ରଥମେ ଏହି ସଭା ଦାମଦୋର ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବିଭକ୍ତ କୋରାପୁଟ ଜିଲାର ୨୪ଟି ଶାଖାରୁ କୋଭିଡ କଟକଣାକୁ ମାନି ଶତକଡା ୫୦ ଭାଗ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଗତ ୨୩ ଜୁଲାଇଠାରୁ କର୍ମଚାରୀ ସଂଘର କାର୍ଯ୍ୟକାଳ ଶେଷ ହେବା ପରେ ପୂର୍ବତନ ପରିଚାଳନା ପରିଷଦକୁ ବିଦାୟ ଦିଆଯାଇଛି।BGU

ଏହାପରେ ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ଏଥିରେ ଦାମଦୋର ପାଣି, ଦୁର୍ଗା ଦାସ, ହରିହର ତ୍ରିପାଠିଙ୍କୁ ଉପଦେଷ୍ଠା ଭାବରେ ନିଯୁକ୍ତ କରାଯାଇଛି। ସେହିପରି ସଭାପତି ଭାବରେ ଦିଗାମ୍ବର ଓ ସାଧାରଣ ସମ୍ପାଦକ ଭାବେ ଅରୁଣ କୁମାର ସାହୁଙ୍କୁ ନିର୍ବାଚିତ ହୋଇଛନ୍ତି।

ଅଶୋକ କୁମାର ରଥ ଉପ-ସଭାପତି, ବିଦ୍ୟାଧର ପ୍ରଧାନ କାର୍ଯ୍ୟକାରୀ ସଭାପତି, ମନୋଜ କୁମାର ଦାସ ସମ୍ପାଦକ, ମହୋନ ପାଇକରାୟ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସଂଗଠନ ସମ୍ପାଦକ ଭାବରେ ସୁରେନ୍ଦାରା ନାୟକ, ଅତୁଲ୍ୟ ମଲ୍ଲିକ, ହରିଶ୍ଚଚନ୍ଦ୍ର ବନାଗାଡି, ନିଳାମ୍ବର ଶତପଥି ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବରେ ଅରୁଣ କୁମାର ଧିର, ଲକ୍ଷ୍ମୀ ପାତ୍ର, ବିଜୟ ପଟ୍ଟନାୟକ ଓ ହରି ଦାସ ନିର୍ବାଚିତ ହୋଇଛନ୍ତି।

Comment