ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ ସହରରେ କରୋନା ସ୍ଥିତି ଅସମ୍ଭାଳ କଲାଣି। ସହରର ପ୍ରତି ସାହିରୁ ମାଳମାଳ ପଜିଟିଭ୍ ବାହାରୁଛନ୍ତି। ସଂଖ୍ୟା ଥମିବାର ନାଁ ଧରୁନି। ପ୍ରତ୍ୟେକ ଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେବା ଉଦ୍ବେଗଜନକ ହୋଇଛି। ଗତ ୬ ତାରିଖରେ ସହରରୁ ୨୪୭ ଜଣ ପଜିଟିଭ୍ ବାହାରିଛନ୍ତି। ଏହାକୁ ମିଶାଇ ସହରର ମୋଟ୍ ପଜିଟିଭ୍ ସଂଖ୍ୟା ୬,୪୨୨ରେ ପହଞ୍ଚିଛି।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪,୬୪୯ ଜଣ ସୁସ୍ଥ ହୋଇ ଫେରିଥିବା ସୂଚନା ମିଳିଛି। ସହରରେ ସୁସ୍ଥ ହାର ରହିଛି ୭୨.୩୯ ପ୍ରତିଶତ। ବର୍ତ୍ତମାନ ସୁଦ୍ଧା ୩୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ରବିବାର ଗୋଟିଏ ଦିନରେ ୨୪୫ ଜଣ ସୁସ୍ଥ ହୋଇ ଫେରିଥିବା କଟକ ମହାନଗର ନିଗମ(ସିଏମ୍ସି) ସୂଚନା ଦେଇଛି।
ମୋଟ ୨୪୭ ପଜିଟିଭ୍ ମଧ୍ୟରୁ ୧୦୩ ଜଣ ସ୍ଥାନୀୟ ସଂକ୍ରମିତ, ଯେଉଁମାନଙ୍କର ସଂକ୍ରମଣର ସୂତ୍ର ନାହିଁ। କଲେଜ ଛକରୁ ସର୍ବାଧିକ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସିଡିଏ ସେକ୍ଟର-୯ ରୁ ୬ ଓ ଗୋପାଳପୁରରୁ ୫ ଜଣ ପଜିଟିଭ୍ ବାହାରିଛନ୍ତି। ଜଗତପୁର, ସିଡିଏ ସେକ୍ଟର-୭, ସେକ୍ଟର-୬ରୁ ଚାରି ଜଣ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେଲେଙ୍ଗାବଜାର, ପାତ୍ରସାହି, ପିଠାପୁର, ପେଟିନ୍ ସାହି, ମଙ୍ଗଳାବାଗ୍ରୁ ତିନିଜଣ ପଜିଟିଭ୍ ଅଛନ୍ତି। ତୁଳସୀପୁର, ବାଦାମବାଡ଼ି, କଲ୍ୟାଣୀନଗର, ପେନ୍ସନ୍ ଲେନ୍, ଯୋବ୍ରା, କୈବଲ୍ୟ ବିହାର, ମଙ୍ଗଳାବାଗ, ରାଜେନ୍ଦ୍ରନଗର, ମିସନ୍ ରୋଡ୍, ରାଜାବଗିଚାରୁ ଦୁଇଜଣ ଲେଖାଏଁ ଆକ୍ରାନ୍ତଙ୍କୁ କୋଭିଡ୍ କେୟାର ସେଣ୍ଟର ପଠାଯାଇଛି।
ନୂଆବଜାର, ପୁରୀଘାଟ, ରାଣୀହାଟ, ଝାଞ୍ଜିରମଙ୍ଗଳା, ଥୋରିଆସାହି, ଚୌଧୁରୀ ବଜାର, ତିନିକୋଣିଆ ବଗିଚା, ହରିପୁର ରୋଡ୍, ଅପର୍ଣ୍ଣାନଗର, ଉପର ତେଲେଙ୍ଗାବଜାର, ନଦୀକୂଳ ସାହି, ସିଡିଏ ସେକ୍ଟର-୧୧, ସେକ୍ଟର-୧୦, କନିକା ଛକ, ବଙ୍ଗାଳି ସାହି, ମାଲଗୋଦାମ, ଅଲିଶା ବଜାର, ମାଛୁଆବଜାର, ମଣିସାହୁଛକ, ଶ୍ରୀସାଇ ନଗର, ନିମଚୌରୀ, ଗୋପବନ୍ଧୁନଗର, ନୂଆପାଟଣା, ସେଲଟର୍ ଛକ, ଚାନ୍ଦିନୀଚୌକ, ଭଗତପୁର, ବାଲୁବଜାର, ମାନସିଂହପାଟଣା, ଶଙ୍କରପୁର କେନାଲ୍ ରୋଡ୍, ଫୁଲନଖରା କଚରାମାଳ, ମାଳିସାହି, ଶାସ୍ତ୍ରୀନଗର, ମଲାସାହି, ସୂତାହାଟ, ହଜାରିବାଗ୍, ଦେଉଳସାହି, ମହାନଦୀବିହାରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ସରକାରୀ କ୍ୱାରେଣ୍ଟାଇନ୍ରୁ ୫୭ ଜଣ ପଜିଟିଭ୍ ବାହାରିଛନ୍ତି। ଏଥିରେ ୩୫ ଜଣ ପୁରୁଷ ଓ ୧୫ ଜଣ ମହିଳା ଆକ୍ରାନ୍ତ ଅଛନ୍ତି। ଏହାଛଡ଼ା ୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ସେହିପରି ୮୭ ଜଣ ହୋମ୍ କ୍ଵାରେଣ୍ଟାଇନ୍ ପଜିଟିଭ୍ ମଧ୍ୟରୁ ବାଦାମବାଡ଼ିରୁ ସର୍ବାଧିକ ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆବଜାରରୁ ୯ଜଣ, ମହାତାବ ରୋଡ୍ରୁ ୬ଜଣ, ସିଡିଏ ସେକ୍ଟର-୭ ଓ ମହାନଦୀବିହାରରୁ ୫ଜଣ ଆକ୍ରାନ୍ତ ହୋଇଛନ୍ତି। କାଠଗଡ଼ାସାହି, ଚାନ୍ଦିନୀଚୌକ, ବାଙ୍କା ବଜାର, କଲେଜ ଛକରୁ ଚାରି ଜଣ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।
ବିଡ଼ାନାସୀ, ମଙ୍ଗଳାବାଗ୍, ବାରିକ ସାହିରୁ ତିନିଜଣ ବାହାରିଥିବା ବେଳେ ଭଗତପୁର, ନୂଆପାଟଣା, କନିକା ଛକ, ସିଡିଏ ସେକ୍ଟର-୧୧, ଯୋବ୍ରା ଦାସ ସାହିରୁ ଦୁଇଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜାବଗିଚା, ସେଲଟର ଛକ, କେଶରପୁର, ତେଲେଙ୍ଗାବଜାର, ଅପର୍ଣ୍ଣାନଗର, ଖାନ୍ନଗର, ସିଡିଏ ସେକ୍ଟର-୮, ସେକ୍ଟର-୯, ସେଲଟର ଛକ, ପୀରବଜାର, ନୂଆରାଉସାପାଟଣା, ବକ୍ସିବଜାର ପୁଲିସ୍ ଲେନ୍, ଗଡ଼ଗଡ଼ିଆ ମଠ, ତୁଳସୀପୁର, ବକ୍ସିବଜାର, ବିଦ୍ୟାଧରପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ସିଏମ୍ସି ସୂଚନା ଦେଇଛି।














