ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ସବୁଠୁ ଧନୀଶାଳୀ କ୍ରିକେଟ୍ ଲିଗ୍ କୁହାଯାଉଥିବା ଆଇପିଏଲ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି। କରୋନା କଟକଣା କାରଣରୁ ଚଳିତବର୍ଷ ଆଇପିଏଲ୍ ୟୁଏଇରେ ଖେଳାଯିବ। ଯାହାର ପ୍ରସାରଣ ଦାୟିତ୍ୱ ଷ୍ଟାର ସ୍ପୋର୍ଟସ ହାତରେ ରହିଛି।

ତେବେ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମୋବାଇଲ୍ ସାହାଯ୍ୟରେ ଆଇପିଏଲ୍ ଦେଖିବାକୁ ଚାହୁଁଛନ୍ତି। ମୋବାଇଲ୍ ସବୁ ସ୍ଥାନରେ ସହଜରେ ଉପଲବ୍ଧ ହେଉଥିବାରୁ ଯୁବପିଢ଼ି ଏବେ ଏହି ବିକଳ୍ପକୁ ଆପଣାଇବାକୁ ଇଚ୍ଛା ରଖୁଛନ୍ତି। ଏହାକୁ ଦେଖି ହଟଷ୍ଟାର ପକ୍ଷରୁ ଗତ କିଛିବର୍ଷ ହେଲା ଆଇପିଏଲର ସିଧାପ୍ରସାରଣ ମୋବାଇଲରେ ବିନା କୌଣସି ଖର୍ଚ୍ଚରେ ଦେଖି ହେଉଥିଲା। ହେଲେ ଏବେ ଏହି ନିୟମରେ ସାମାନ୍ୟ ପରିବର୍ତ୍ତନ ଆସିଛି।BGUଡିଜନୀ ହଟଷ୍ଟାରରେ ଏଥର ଆଇପିଏଲ୍ ଦେଖିବାକୁ ହେଲେ ଆପଣଙ୍କୁ ଏହାର ଭିଆଇପି ପ୍ୟାକକୁ କିଣିବାକୁ ପଡ଼ିବ। ଏହାର ୧୨ ମାସର ଭିଆଇପି ପ୍ୟାକ୍ ସବସ୍କ୍ରିପସନ କଲେ ହିଁ ଆପଣ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ମୋବାଇଲରେ ଦେଖିବାକୁ ପଡ଼ିବ। ବର୍ତ୍ତମାନ ମୋବାଇଲରେ ଆପଣ ମାଗଣାରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଦେଖିପାରିବେନି।

ଏଥିପାଇଁ ଆପଣଙ୍କୁ ଡିଜନୀ+ହଟଷ୍ଟାର ଆପ ଡାଉନଲୋଡ୍ କରିବାକୁ ପଡ଼ିବ। ଏଥିସହ ଏହାର ୧୨ ମାସର ଭିଆଇପି ପ୍ୟାକ୍ ମଧ୍ୟ ସବସ୍କ୍ରିପସନ କରିବାକୁ ପଡ଼ିବ। ଏହାଦ୍ୱାରା ଆପଣ ଆଇପିଏଲ ମ୍ୟାଚର ସିଧାପ୍ରସାରଣ ମୋବାଇଲ୍ ସାହାଯ୍ୟରେ ଦେଖିପାରିବେ। ଏହି ପ୍ୟାକକୁ କିଣିବାକୁ ହେଲେ ଆପଣଙ୍କୁ ୩୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

Comment