ଓଡ଼ିଶାଲାଇଭ୍ କରୋନା ବ୍ୟୁରୋcorona case-2

ରାଜ୍ୟରେ ଆଜି ପୁଣି ୧୪ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏଥିସହ ମୋଟ କରୋନା ମୃତ୍ୟୁସଂଖ୍ୟା ୬ ଶହ ପାର୍ କରିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ବିଭାଗର ତାଜା ତଥ୍ୟ ଅନୁଯାୟୀ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୫୧ ଓ ୫୬ ବର୍ଷୀୟ ଦୁଇଜଣ ପୁରୁଷ ଏବଂ ୭୪ ଓ ୭୧ ବର୍ଷୀୟ ଦୁଇ ମହିଳା ଅଛନ୍ତି। ଜିଲ୍ଲାର ଅନ୍ୟ ଜଣେ ମୃତକ ୪୯ ବର୍ଷୀୟ ପୁରୁଷ ବୋଲି ସୂଚନା ମିଳିଛି।

ସେହିପରି ପୁରୀର ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକମାନେ ସମସ୍ତେ ପୁରୁଷ ଓ ସେମାନଙ୍କର ବୟସ ଯଥାକ୍ରମେ- ୮୬, ୭୨ ଓ ୪୩ ବର୍ଷ ବୋଲି ଜଣାପଡ଼ିଛି। ଏଥିସହ ମୟୂରଭଞ୍ଜର ୬୫ ଓ ୪୫ ବର୍ଷୀୟ ଦୁଇ ମହିଳା, କଳାହାଣ୍ଡି ର ଜଣେ ୬୧ ବର୍ଷୀୟ ପୁରୁଷ, କଟକର ଜଣେ ୮୦ ବର୍ଷୀୟ ମହିଳା, କୋରାପୁଟର ଜଣେ ୬୦ ବର୍ଷୀୟ ପୁରୁଷ ଓ ସମ୍ବଲପୁରର ଜଣେ ୪୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।BGUଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୦୫କୁ ବୃଦ୍ଧି ପାଇଛି। ମୃତକମାନେ କରୋନା ପଜିଟିଭ୍ ହେବା ସହ ଡାଇବେଟିସ୍, ହାଇପର୍‌ଟେନ୍‌ସନ୍ ଆଦି ରୋଗରେ ପୀଡ଼ିତ ଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment