ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ। ସାଧାରଣରେ କରୋନା ଔଷଧ ବିକ୍ରି କରିବାକୁ ଡ୍ରଗ୍ସ କଣ୍ଟ୍ରୋଲରୁ ଜେନେରାଲ୍ ଅଫ୍ ଇଣ୍ଡିଆ(ଡିସିଜିଆଇ) ପକ୍ଷରୁ ଅନୁମତି ଦିଆଯାଇଛି। ତେବେ କିଛି ନିର୍ଦ୍ଧିଷ୍ଟ ସର୍ତ ସହ ଏହାକୁ ସାଧାରଣରେ ବିକ୍ରି କରାଯାଇ ପାରିବ ବୋଲି ସୂଚନା ମିଳିଛି।
ଶନିବାର କରୋନା ଔଷଧ ଫେଭିପିରାଭିର୍ ଟାବ୍ଲେଟ୍ ଏବଂ ରେମଡିସିଭିର୍ ଇଞ୍ଜେକ୍ସନ୍କୁ ସାଧାରଣରେ ବିକ୍ରି କରିବାକୁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଛି। ତେବେ ଡାକ୍ତର କିମ୍ଵା ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସ୍କ୍ରିପସନ୍ ଥିଲେ ହିଁ ଏହାକୁ କିଣାଯାଇ ପାରିବ ବୋଲି ଡିସିଜିଆଇ ପକ୍ଷରୁ କୁହାଯାଇଛି।
ଏଥିସହିତ ଚିକିତ୍ସା ଆରମ୍ଭ ପୂର୍ବରୁ ଏକ ନିର୍ଦ୍ଧିଷ୍ଟ ଫର୍ମରେ ରୋଗୀ କିମ୍ଵା ତାଙ୍କ ପ୍ରତିନିଧିଙ୍କଠାରୁ ସ୍ଵାକ୍ଷର ସହ ସମ୍ମତିପତ୍ର ଆଣିବାକୁ ପଡ଼ିବ। ଔଷଧକୁ ବିକ୍ରିବେଳେ ଦୋକାନୀ ଡାକ୍ତରଙ୍କ ପ୍ରେସ୍କ୍ରିପସନ୍, ରୋଗୀଙ୍କ ସମ୍ମତି ପତ୍ର, ଔଷଧ କିଣୁଥିବା ବ୍ୟକ୍ତିଙ୍କ ବାସସ୍ଥାନ ପ୍ରମାଣପତ୍ର, ମୋବାଇନ୍ ନମ୍ଵର, ଯୋଗାଯୋଗର ସଂପୂର୍ଣ୍ଣ ଟିକଣାର ଫଟୋ କପି ରଖିବାକୁ ପଡ଼ିବ ବୋଲି ସର୍ତ ରଖାଯାଇଛି।
ପ୍ରତି ସପ୍ତାହରେ ଦୋକନୀଙ୍କୁ ଏହି ଔଷଧର କେତେ କିଣାବିକା ହେଲା, ସେନେଇ ଡ୍ରଗ୍ ଇନ୍ସିପେକ୍ଟରଙ୍କୁ ଅପ୍ଡେଟ୍ ଦେବାକୁ ପଡିବ ବୋଲି ମଧ୍ୟ ଡିସିଜିଆଇର ସର୍ତାବଳୀରେ କୁହାଯାଇଛି।














