ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଖାଦ୍ୟଯୋଗାଣ ମନ୍ତ୍ରୀ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୌଣସି ଲକ୍ଷଣ ନଥାଇ ମଧ୍ୟ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ଏନେଇ ନିଜେ ମନ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

କୋଭିଡ୍ ନିୟମ ମାନି ସେ ଗୃହ ସଙ୍ଗରୋଧରେ ରହିବେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ରହି ଚିକିତ୍ସିତ ହେବେ। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀ ଓ ଅନ୍ୟମାନେ ସୁରକ୍ଷା ଦୃଷ୍ଟିରୁ ସ୍ୱାବ୍ ପରୀକ୍ଷା କରାଇନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।BGUପୂର୍ବରୁ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।

Comment