ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପରିଚାଳନାରେ ଦକ୍ଷତା ପ୍ରଦର୍ଶନ କରିଥିବା ହେତୁ ଦୁଇ ଜଣ ଆଇଏଏସ ଅଫିସରଙ୍କୁ ଜିଲ୍ଲାପାଳ ପୁରସ୍କାର ମିଳିଛି। ଏହି ଦୁଇ ଯୁବ ଆଇଏଏସ ହେଉଛନ୍ତି ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଚକ୍ରବର୍ତ୍ତୀ ସିଂହ ରାଥୋଡ଼। କୋଭିଡ ପରିଚାଳନାରେ ନିଜର ପାରଦର୍ଶିତା ଦେଖାଇଥିବା ହେତୁ ସେମାନଙ୍କୁ ଯଥାକ୍ରମେ ଅନୁଗୁଳ ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

ଗଂଜାମ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କୋଭିଡ୍ ପରିଚାଳନାର ନୋଡାଲ ଅଫିସର ଭାବେ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ  ଉଲ୍ଲେଖନୀୟ ଅବଦାନ ରଖିଯାଇଛନ୍ତି। ଗୋଟିଏ ସମୟରେ କରୋନା ସଂକ୍ରମଣରେ ସବା ଉପରେ ଥିବା ଗଞ୍ଜାମରେ ଏବେ କରୋନା ସଂକ୍ରମଣ ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ ପାଇଛି।

ସେହିଭଳି ରାଥୋଡ ବ୍ରହ୍ମପୁର ମୁନିସିପାଲ କର୍ପୋରେସନର କମିଶନର ଥିଲେ ଓ ବ୍ରହ୍ମପୁର ସହରରେ କରୋନାକୁ  କାବୁ କରିବାରେ ବେଶ ସଫଳ ହୋଇଥିଲେ। ବ୍ରହ୍ମପୁର ସହରରେ ସୁସ୍ଥ ହାର ସର୍ବାଧିକ ୯୪.୫୩ ପ୍ରତିଶତ ରେକର୍ଡ଼ କରାଯାଇଛି। କରୋନାର ସଫଳ ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲାକୁ ଅନୁସରଣ କରିବା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ ଜିଲ୍ଳା ଗୁଡ଼ିକୁ ପରାମର୍ଶ ଦେବା ପରେ ପରେ ଏହି ଦୁଇ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।

Comment