ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ଓଲିଉଡ୍ ଅଭିନେତା ଅଜିତ୍ ଦାସ। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅଜିତ୍ ଆଜି ୭୧ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି।

କିଛିଦିନ ତଳେ ଅଜିତ ଦାସ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଓଲିଉଡର ଜଣେ ଆଗଧାଡ଼ିର କଳାକାର ଭାବେ ସେ ବେଶ ଜଣାଣୁଣା। ତାଙ୍କ ଅଭିନୀତ ଅନେକ ଚଳଚ୍ଚିତ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା।BGUଅଜିତ୍ ସିନ୍ଦୂର ବିନ୍ଦୁ ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ହାକିମ ବାବୁ, ମା, ତୁଣ୍ଡ ବାଇଦ, ଜଗା ହାତରେ ପଘା, ଲକ୍ଷେ ଶିବ ପୂଜି ପାଇଛି ପୁଅ, ସରପଞ୍ଚ ବାବୁ, ସୁନା ଚଢେଇ, ଗୋଲାମ ଗିରି, ବଳୀଦାନ, ମେଘମୁକ୍ତି, ତପସ୍ୟା ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କ ମନ ଜିଣିପାରିଥିଲା।

Comment