ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପରବର୍ତ୍ତୀ ସମୟ ପାଇଁ ପ୍ରୋଟୋକଲ୍ ଆଣିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହି ପ୍ରୋଟୋକଲ୍ ଗୁଡ଼ିକୁ ପାଳନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଲୋକଙ୍କୁ କୁହାଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରୋଟୋକଲ୍
- ନିୟମିତ ଚୱନପ୍ରାଶ ଖାଇବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ
- ମାସ୍କ, ଗ୍ଲୋବସ୍ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ
- ଯଥାସମ୍ଭବ ଉଷୁମ ପାଣି ପିଇବାକୁ ଚେଷ୍ଟା କରନ୍ତୁ଼
- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଆୟୁଷ ମେଡିସିନ୍ ଖାଆନ୍ତୁ
- ନିଜର ସ୍ୱାସ୍ଥ୍ୟ ଓ ସାମର୍ଥ୍ୟକୁ ଦେଖି ଘର ଏବଂ ଅଫିସ କାମ କରନ୍ତୁ
- ପ୍ରତିଦିନ ଯୋଗ, ପ୍ରାଣାୟମ ଓ ଧ୍ୟାନ କରନ୍ତୁ
- ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ଚାଲିବା ଅଭ୍ୟାସ କରନ୍ତୁ
- ପୋଷଣ ଯୁକ୍ତ ଖାଦ୍ୟ ଖାଇବା ସହିତ ଶରୀରକୁ ସୁସ୍ଥ ରଖନ୍ତୁ ଏବଂ ଧୂମ୍ରପାନ ଓ ମଦ୍ୟପାନ କରନ୍ତୁ ନାହିଁ
- ଶରୀରର ତାପମାତ୍ରା, ରକ୍ତଚାଷ, ଡାଇବେଟିସ୍ ଆଦି ପ୍ରତି ଦୃଷ୍ଟି ରଖନ୍ତୁ
- ଏକାଠି ହୋଇ ଯୋଗ, ଧ୍ୟାନ କରିବା ସମୟରେ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ
- କରୋନାରୁ ସୁସ୍ଥ ହୋଇଥିବା ରୋଗୀମାନେ ଅନ୍ୟମାନଙ୍କ ଆଗରେ ସେମାନଙ୍କର ସୁସ୍ଥ ହେବା ପଛର ଭଲ ଖବର କହିବାକୁ ପରାମର୍ଶ














