ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭାର ମୌମୁମୀ ଅଧିବେଶନରେ ପ୍ରଶ୍ନକାଳ ବନ୍ଦ ହେବାକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ କଂଗ୍ରେସ। ବିଧାନସଭା ସଚିବ ବିଧାୟକମାନଙ୍କୁ ଲେଖିଥିବା ଚିଠିରେ ପ୍ରଶ୍ନକାଳ, ଶୂନ୍ୟକାଳ ହେବା ନେଇ କିଛି ସ୍ପଷ୍ଟତା ନାହିଁ। ତେଣୁ ପ୍ରଶ୍ନକାଳ ବନ୍ଦ ହେଲେ କଂଗ୍ରେସ କଦାପି ଏହାକୁ ସମର୍ଥନ କରିବନି ବୋଲି କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ। ଏଥିରେ ବିଧାୟକମାନେ ଆଲୋଚନା କରିବା ପରେ ବାଚସ୍ପତି ଶେଷ ନିଷ୍ପତ୍ତି ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି।

BGUଅନ୍ୟପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, “କରୋନା ଗାଇଡଲାଇନ୍ ଅନୁଯାୟୀ ଏଥର ବିଧାନସଭା ମୌସୁମୀ ଅଧିବେଶନ ବସିବ। ପ୍ରଶ୍ନକାଳକୁ ନେଇ କଂଗ୍ରେସ ଯେଉଁ ଅଭିଯୋଗ ଆଣୁଛି ତାହା ଠିକ୍ ନୁହେଁ। କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ ମଧ୍ୟ ପ୍ରଶ୍ନକାଳ ବାତିଲ୍ ହେଇଛି। ବିଧାନସଭା ଅଧିବେଶନ ଚାଲିବାକୁ ସମସ୍ତଙ୍କ ସହଯୋଗ ଲୋଡ଼ା।”ସେପ୍ଟେମ୍ବର ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। କରୋନ ମହାମାରୀ କାରଣରୁ ଏଥର ଶନିବାର ଓ ରବିବାର ମଧ୍ୟ ଗୃହର କାର୍ଯ୍ୟ ଚାଲୁରହିବ। ତେବେ ଗୃହରେ ପ୍ରଶ୍ନକାଳ ହେବାକୁ ନେଇ ବିରୋଧୀ କଂଗ୍ରେସ ଦାବି କରିଛି।

Comment