ଓଡ଼ିଶାଲାଇଭ୍‌ ବ୍ୟୁରୋJALAKA FLOOD

ବନ୍ୟାଞ୍ଚଳ ପରିଦର୍ଶନ ଲାଗି ପୁରୀରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ। ପ୍ରଥମେ କଣାସ ଓ ଡେଲାଙ୍ଗ ଯାଇ ବନ୍ୟା କ୍ଷୟକ୍ଷତିର ଆକଳନ କରିବେ ଅଧିକାରୀ। ବନ୍ୟାଞ୍ଚଳ ପରିଦର୍ଶନ କରିବା ପୂର୍ବରୁ ପୁରୀ ଜିଲ୍ଲାପାଳ ବଳଓ୍ୱନ୍ତ ସିଂଙ୍କ ସହିତ ଅଧିକାରୀମାନେ ଆଲୋଚନା କରିଛନ୍ତି।

ଅନ୍ୟପଟେ କେନ୍ଦ୍ରର ଆଉ ଗୋଟିଏ ଟିମ୍‌ ଆଜି ଯାଜପୁର ପରିଦର୍ଶନ କରିଛନ୍ତି। ରସୁଲପୁର ବ୍ଲକ ଖଣ୍ଡାସରେ ସୃଷ୍ଟି ହୋଇଥିବା ଘାଇ ଅଞ୍ଚଳ ବୁଲି ଦେଖିଛନ୍ତି।

ଗତକାଲି କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିବା ପରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିଲେ। ଏହି ଟିମ୍‌ ବନ୍ୟା କ୍ଷୟକ୍ଷତିର ଆକଳନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ।

Comment