ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସଂସଦ ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ
  • ରାଜ୍ୟସଭାରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ଲଦାଖ ସ୍ଥିତି ନେଇ ରଖିଲେ ବୟାନ

ଲଦାଖ ସ୍ଥିତି ନେଇ ଆଜି ରାଜ୍ୟସଭାରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦେଶର ଅଖଣ୍ଡତା ରକ୍ଷା କରିବାକୁ ସରକାର ପ୍ରତିଜ୍ଞାବଦ୍ଧ ବୋଲି ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ରାଜନାଥ ସିଂ।

‘‘ଚୀନ ସୀମାରେ ଅସ୍ତ୍ରଶସ୍ତ ଠୁଳ କରିବା ସହିତ ସୈନ୍ୟ ବଢ଼ାଇ ଚାଲିଛି। ଦେଶକୁ ସୁରକ୍ଷା ଦେବାକୁ  ଆମେ ମଧ୍ୟ ସୀମାରେ ଅଧିକ ସେନା ମୁତୟନ କରିଛୁ। ସେନାର ଗମନାଗମନ ସୁବିଧା ପାଇଁ ଆମେ ଉତ୍ତମ ରାସ୍ତାଘାଟ କରିଛୁ। ଦେଶର ସୁରକ୍ଷା ପାଇଁ ଯେତେ ବଡ଼ କଡ଼ା ପଦକ୍ଷେପ ନେବାକୁ ପଡ଼ିବ ନିଆଯିବ। ସୀମାରେ ଯବାନ ପୂରାପୂରି ପ୍ରସ୍ତୁତ ଅଛନ୍ତି। ଯେକୌଣସି ପରିସ୍ଥିତି ଆସିଲେ ବି ସାମ୍ନା କରାଯିବ। ଦେଶର ମୁଣ୍ଡ ନଇଁବନି’’, କହିଛନ୍ତି ରାଜନାଥ ସିଂ।

ଭାରତ, ଚୀନ ମଧ୍ୟରେ ସୀମା ବିବାଦ ଏଯାଏଁ ସମାଧାନ ହୋଇନାହିଁ। ଭାରତର ସୀମାରେଖାକୁ ଚୀନ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ସୀମା ଏଯାଏଁ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଧାରିତ ହୋଇନଥିବା ଚୀନ କହୁଛି ବୋଲି ରାଜନାଥ ସିଂ ଆଜି ଗୃହରେ କହିଛନ୍ତି।

ରାଜନାଥଙ୍କ ବିବୃତ୍ତି ଅନୁସାରେ ଲଦାଖରେ ଚୀନ ଭାରତ ୩୮ ହଜାର କିଲୋମିଟର କବ୍‌ଜା କରି ରଖିଛି। ୯୦ ହଜାର ବର୍ଗ କିଲୋମଟିର ତା’ର ନିଜର ବୋଲି କହୁଛି।

ଏଲଏସିରେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି। ଏଲଏସିରେ ଅସ୍ଥିରତା ୨ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପ୍ରଭାବ ପକାଇବ। ଏଲଏସିରେ ଅସ୍ଥିରତା ସୃଷ୍ଟି ପାଇଁ ଚୀନ ବାରମ୍ବାର ଚେଷ୍ଟା କରୁଛି ବୋଲି ରାଜନାଥ ସିଂ ତାଙ୍କ ବିବୃତ୍ତିରେ କହିଛନ୍ତି।

ଗତକାଲି ଲୋକସଭାରେ ମଧ୍ୟ ରାଜନାଥ ସିଂ ତାଙ୍କ ବୟାନ ରଖିଥିଲେ। ଚୀନକୁ କୌଣସି ପରିସ୍ଥିତି ସଫଳ ହେବାକୁ ଦିଆଯିବନି ବୋଲି ସେ କହିଥିଲେ।

Comment