ଓଡ଼ିଶାଲାଇଭ୍ କରୋନା ବ୍ୟୁରୋcorona US

ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ସବୁ ରେକର୍ଡ ଭାଙ୍ଗିଛି। ଆଜି ଗୋଟିଏ ଦିନରେ ସର୍ବାଧିକ ୧୬ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏଥିସହ ମୋଟ ମୃତ୍ୟୁସଂଖ୍ୟା ୭୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ବିଭାଗର ତାଜା ତଥ୍ୟ ଅନୁଯାୟୀ, ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ କେବଳ ଭୁବନେଶ୍ଵରର ୩ ଜଣ ପୁରୁଷ ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ବୟସ ୬୫, ୭୨ ଓ ୭୬ ବର୍ଷ ବୋଲି ଜଣାପଡ଼ିଛି। ଖୋର୍ଦ୍ଧାର ଅନ୍ୟ ଦୁଇ ମୃତକଙ୍କ ମଧ୍ୟରେ ୫୭ ଓ ୬୯ ବର୍ଷୀୟ ଦୁଇ ପୁରୁଷ ଆକ୍ରାନ୍ତ ଅଛନ୍ତି।

ସେହିପରି ଆଜି ପୁରୀର ୪ ଜଣ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ବୟସ ଯଥାକ୍ରମେ- ୭୯, ୬୭, ୮୨ ଓ ୩୯ ବର୍ଷ ବୋଲି ସୂଚନା ମିଳିଛି। ଏଥିସହ କେନ୍ଦ୍ରାପଡ଼ାର ଜଣେ ୮୨ ବର୍ଷୀୟ ପୁରୁଷ ଓ ଜଣେ ୫୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି।ବଲାଙ୍ଗିର, ନାୟଗଡ଼, ମୟୂରଭଞ୍ଜ, ରାୟଗଡ଼ା ଓ ସୁବର୍ଣ୍ଣପୁରର ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ବୟସ ଯଥାକ୍ରମେ- ୪୩, ୫୪, ୫୮, ୫୭ ଓ ୭୦ ବର୍ଷ ବୋଲି ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ମୃତକମାନେ କରୋନା ପଜିଟିଭ୍ ହେବା ସହିତ ଡାଇବେଟିସ୍, ହାଇପର୍‌ଟେନ୍‌ସନ୍ ଆଦି ରୋଗରେ ପୀଡ଼ିତ ଥିଲେ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comment